ତାଲିବାନ ଶାସନ ପରେ କିପରି ରହିବ ଭାରତ-ଆଫଗାନିସ୍ତାନ ସମ୍ପର୍କ ? ଜାଣନ୍ତୁ କଣ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର
ତାଲିବାନ ଏବଂ ଏହାର ପ୍ରତିନିଧୀମାନେ କାବୁଲରେ ଅଛନ୍ତି । ସେଠାରୁ ଆମେ ତାଙ୍କ ସହ କଥା ହେବାକୁ ପଡିବ । ଆଗାମୀ ଦିନରେ ଆଫଗାନିସ୍ତାନ ପ୍ରତି ଆମର ଆଭିମୁଖ୍ୟ ସ୍ଥିର କରିବ ।
ନୂଆଦିଲ୍ଲୀ : ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରେ ଏପର୍ଯ୍ୟନ୍ତ ତିନି ଦେଶ ଚୀନ୍, ପାକିସ୍ଥାନ ଏବଂ ରୁଷ ଏହାକୁ ସ୍ୱୀକୃତି ଦେଇଛନ୍ତି । ତେବେ ଏହି ସମଗ୍ର ପ୍ରସଙ୍ଗରେ ଭାରତରୁ କୌଣସି ବିବୃତ୍ତି ପ୍ରକାଶ ପାଇନାହିଁ । ଏହି ସମୟରେ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର ନ୍ୟୁୟର୍କରେ କହିଛନ୍ତି ଯେ ତାଲିବାନ ଆଫଗାନିସ୍ତାନ କବଜା କରିବା ପରଠାରୁ ଆଫଗାନିସ୍ତାନର ଘଟଣା ଉପରେ ଭାରତ କ୍ରମାଗତ ଭାବେ ନଜର ରଖିଛି । ତେବେ ଆଫଗାନିସ୍ତାନ ଲୋକଙ୍କ ସହ ସମ୍ପର୍କ ସ୍ପଷ୍ଟ ଭାବେ ଜାରି ରହିବ ବୋଲି କ୍ୟାବିନେଟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।3

ଯେତେବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପଚରାଗଲା, ନିକଟ ଅତୀତରେ ଉଗ୍ରବାଦୀ ଦଳ ସହ ଭାରତ କୌଣସି କଥାବାର୍ତ୍ତା କରିଛି କି ? ଏହାର ଜବାବରେ ସେ କହିଛନ୍ତି ଯେ, ଏହି ସମୟରେ ଆମର ନଜର କାବୁଲର ଦ୍ରୁତ ଗତିରେ ବଦଳୁଥିବା ପରିସ୍ଥିତି ଉପରେ ଅଛି । ତାଲିବାନ ଏବଂ ଏହାର ପ୍ରତିନିଧୀମାନେ କାବୁଲରେ ଅଛନ୍ତି । ସେଠାରୁ ଆମେ ତାଙ୍କ ସହ କଥା ହେବାକୁ ପଡିବ । ଆଗାମୀ ଦିନରେ ଆଫଗାନିସ୍ତାନ ପ୍ରତି ଆମର ଆଭିମୁଖ୍ୟ ସ୍ଥିର କରିବ । ସେ କହିଛନ୍ତି ଯେ ଏହା ଆରମ୍ଭ । ବର୍ତ୍ତମାନ ଆମର ଧ୍ୟାନ ଆଫଗାନିସ୍ତାନରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଉପରେ ରହିଛି ।
ଭାରତ-ଆଫଗାନିସ୍ତାନ ସମ୍ପର୍କ ଉପରେ ସେ କହିଛନ୍ତି ଯେ ଆମ ପାଇଁ ଆଫଗାନିସ୍ତାନରେ ଭାରତୀୟ ପୁଞ୍ଜି ବିନିଯୋଗ ଆଫଗାନିସ୍ତାନ ଲୋକଙ୍କ ସହ ଆମର ଐତିହାସିକ ସମ୍ପର୍କ କ'ଣ ତାହା ପ୍ରତିଫଳିତ କରିଥାଏ । ଆଫଗାନିସ୍ତାନ ଲୋକଙ୍କ ସହ ଏହି ସମ୍ପର୍କ ସ୍ପଷ୍ଟ ଭାବରେ ଜାରି ରହିଛି । ଆମର ସମ୍ପର୍କ କିପରି ଆଗକୁ ବଢିବ ତାହା ମଧ୍ୟ ଧୀରେ ଧୀରେ ଜଣା ପଡିବ । ଆଫଗାନିସ୍ତାନରେ ପ୍ରବେଶ ଏବଂ ଛାଡିବା ପାଇଁ ମୁଖ୍ୟ ଆହ୍ୱାନ ହେଉଛି କାବୁଲ ବିମାନବନ୍ଦରର ପରିଚାଳନା ।
ଅନ୍ୟପକ୍ଷରେ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ତାଙ୍କ ବ୍ରିଟେନର ପ୍ରତିପକ୍ଷ ଡୋମିନିକ୍ ରାଏବ ଆଫଗାନିସ୍ତାନର ବିକାଶ ଉପରେ ନିଜ ନିଜର ମତ ପ୍ରକାଶ କରିଥିଲେ । ସାଧାରଣ ସୁରକ୍ଷା ବିପଦକୁ ଦୂର କରିବା, ଶରଣାର୍ଥୀଙ୍କୁ ସମର୍ଥନ କରିବା ଏବଂ ସାଧାରଣ ଆଫଗାନିସ୍ତାନ ନାଗରିକଙ୍କ ମାନବିକ ସମସ୍ୟା ଦୂର କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବା ନେଇ ମଧ୍ୟ ସହମତି ପ୍ରକାଶ କରିଥିଲେ । ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍ ଏବଂ ଅନ୍ୟ ବୈଦେଶିକ ମନ୍ତ୍ରୀଙ୍କ ସହ ଆଫଗାନିସ୍ତାନ ପରିସ୍ଥିତି ଉପରେ ଆଲୋଚନା ଏବଂ ଦ୍ୱିପାକ୍ଷିକ ବୈଠକ କରିଥିଲେ ।












Click it and Unblock the Notifications