Get Updates
Get notified of breaking news, exclusive insights, and must-see stories!

'ବୁଚା ନରସଂହାରକୁ ଆମେ ଦୃଢ଼ ନିନ୍ଦା କରୁଛୁ, ନିରପେକ୍ଷ ତଦନ୍ତ ହେବା ଉଚିତ' : ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର

ବୁଧବାର ଲୋକସଭାରେ ୟୁକ୍ରେନ ସଙ୍କଟ ଉପରେ ବିତର୍କ ବେଳେ ୟୁକ୍ରେନର ବୁଚା ସହରରେ ହୋଇଥିବା ନରସଂହାରକୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଦୃଢ଼ ନିନ୍ଦା କରିଛନ୍ତି ।

ନୂଆଦିଲ୍ଲୀ : ବୁଧବାର ଲୋକସଭାରେ ୟୁକ୍ରେନ ସଙ୍କଟ ଉପରେ ବିତର୍କ ବେଳେ ୟୁକ୍ରେନର ବୁଚା ସହରରେ ହୋଇଥିବା ନରସଂହାରକୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଦୃଢ଼ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ବୁଚାରେ ହୋଇଥିବା ହତ୍ୟାକାଣ୍ଡକୁ ଆମେ ଦୃଢ଼ ନିନ୍ଦା କରୁଛୁ ଏବଂ ନିରପେକ୍ଷ ତଦନ୍ତ ପାଇଁ ଆହ୍ୱାନକୁ ସମର୍ଥନ କରୁଛୁ । ଶତ୍ରୁତାକୁ ତୁରନ୍ତ ଶେଷ କରିବା ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ ୟୁକ୍ରେନ ଏବଂ ରୁଷ ମଧ୍ୟରେ ଆଲୋଚନାକୁ ଭାରତ ସମର୍ଥନ କରୁଛି । ଯଦି ଭାରତ ସାହାଯ୍ୟ କରିପାରିବ ତେବେ ଆମେ ଏହାକୁ ବିଚାର କରି ଖୁସି ହେବୁ ବୋଲି ସେ କହିଛନ୍ତି ।

s jaishankar

ଲୋକସଭାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ବୁଚା ନରସଂହାରକୁ ନେଇ ଆହୁରି କହିଛନ୍ତି ଯେ ଏହା ଏକ ଅତ୍ୟନ୍ତ ଗମ୍ଭୀର ବିଷୟ ଏବଂ ଆମେ ଏକ ନିରପେକ୍ଷ ତଦନ୍ତ ପାଇଁ ଆହ୍ୱାନକୁ ସମର୍ଥନ କରୁ । ରୁଷ-ୟୁକ୍ରେନରେ ଭାରତ କାହା ସପକ୍ଷରେ ଅଛି ? ସର୍ବପ୍ରଥମେ ଆମେ ଏହି ସଂଘର୍ଷର ବିରୋଧୀ । ଆମେ ବିଶ୍ୱାସ କରୁ ଯେ ରକ୍ତ ବୁହାଇ କିମ୍ବା ନିରୀହ ଜୀବନ ନେଇ କୌଣସି ସମାଧାନ ମିଳିପାରିବ ନାହିଁ ।

ସାଧାରଣ ନାଗରିକମାନେ ଅତିରିକ୍ତ ତଥା ଅନାବଶ୍ୟକ ସମସ୍ୟାର ସମ୍ମୁଖୀନ ନହେବାକୁ ସୁନିଶ୍ଚିତ କରିବା ହେଉଛି ଭାରତର ପ୍ରଥମ ଲକ୍ଷ୍ୟ । "ଆମର ହିତରେ କଣ ଅଛି ତାହା ଆମେ ସ୍ଥିର କରୁଛୁ । ଏକ ଜଟିଳ ପରିସ୍ଥିତିରେ ପ୍ରତ୍ୟେକ ରାଷ୍ଟ୍ର ନୀତି ପ୍ରଣୟନ କରନ୍ତି ଯାହାକି ଏହାର ଜନକଲ୍ୟାଣକୁ ସୁରକ୍ଷା ଦେଇଥାଏ ।

ଏଥିସହ ଜୟଶଙ୍କର କହିଛନ୍ତି ଯେ ସମାନ ମତ ପ୍ରକାଶ କରି ଅନେକ ଦେଶ ଭାରତ ସହ ଆଲୋଚନା କରିଛନ୍ତି ଏବଂ ସେମାନେ ଏକାଠି କାମ କରି ଖୁସି ଅଛନ୍ତି । ଏହାପୂର୍ବରୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ୟୁକ୍ରେନର ବୁଚା ସହରରେ ସାଧାରଣ ନାଗରିକଙ୍କ ହତ୍ୟାକୁ ନିନ୍ଦା କରିବା ସହ ନିରପେକ୍ଷ ତଦନ୍ତକୁ ସମର୍ଥନ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+