ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିର ନିକଟରେ ହେରିଟେଜ୍ ଷ୍ଟ୍ରିଟ୍ ରେ 24 ଘଣ୍ଟା ମଧ୍ୟରେ ଦ୍ୱିତୀୟ ବିସ୍ପୋରଣ

ଚଣ୍ଡିଗଡ଼ : ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିର ନିକଟରେ ସୋମବାର ସକାଳେ ଏକ ବିସ୍ପୋରଣ ହୋଇଛି । ଏଥିରେ ଜଣେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ୱର୍ଣ୍ଣ ମନ୍ଦିରଠାରୁ ଅଳ୍ପ ଦୂରରେ ଥିବା ହେରିଟେଜ୍ ଷ୍ଟ୍ରିଟ୍ ରେ ଏହି ବିସ୍ଫୋରଣ ଘଟିଛି । ବର୍ତ୍ତମାନ ସୁରକ୍ଷା ଏଜେନ୍ସି ତଦନ୍ତ କରୁଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଗତ 24 ଘଣ୍ଟା ମଧ୍ୟରେ ସ୍ୱର୍ଣ୍ଣ ମନ୍ଦିର ନିକଟରେ ଏହା ହେଉଛି ଦ୍ୱିତୀୟ ବିସ୍ଫୋରଣ ।
ସୂଚନା ଅନୁଯାୟୀ, ଏହି ଘଟଣା ସକାଳ ପ୍ରାୟ 6.30 ସମୟରେ ଘଟିଥିଲା । ଏହା ପରେ ସୁରକ୍ଷା ଏଜେନ୍ସିର ଅଧିକାରୀମାନେ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।
SFL ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ନମୁନା ସଂଗ୍ରହ କରୁଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ସେମାନେ ଏହି ଅଞ୍ଚଳରେ ବିସ୍ପୋରଣ ଶବ୍ଦ ଶୁଣିବା ସହ ଧୂଆଁ ବାହାରୁଥିବା ଦେଖିଥିଲେ । ଏହା ପରେ ସେ ସେଠାରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ । ସକାଳେ କମ୍ ଭିଡ଼ ଥିବାରୁ ଅଧିକ କ୍ଷତି ହୋଇନାହିଁ ।
ଅମୃତସର ଏଡିସିପି କହିଛନ୍ତି ଯେ ଆମେ ଘଟଣାର ଅନୁସନ୍ଧାନ କରୁଛୁ, ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ । ଏହି ଘଟଣା ପରେ ଖୁବ୍ ଶୀଘ୍ର ବୋମ୍ ନିଷ୍କାସନ ସ୍କ୍ୱାର୍ଡ ଏବଂ FSL ଦଳ ପହଞ୍ଚିଛନ୍ତି । ଏହି ସମୟରେ ଜଣେ ବ୍ୟକ୍ତି ଏହି ଘଟଣାରେ ଗୋଡରେ ସାମାନ୍ୟ ଆଘାତ ପାଇଛନ୍ତି ।
ଏହା ପୂର୍ବରୁ ଶନିବାର ବିଳମ୍ବିତ ରାତିରେ ହେରିଟେଜ୍ ଷ୍ଟ୍ରିଟ୍ ପାର୍କିଂ ନିକଟରେ ଏକ ବିସ୍ଫୋରଣ ଘଟିଥିଲା ଯେଉଁଥିରେ ତିନି-ଚାରି ଜଣ ଆହତ ହୋଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ବିଲ୍ଡିଂର ଗ୍ଲାସ ଭାଙ୍ଗି ଯାଇଥିଲା । ଏଥିସହିତ ଅଟୋରେ ଯାତ୍ରା କରୁଥିବା କିଛି ଲୋକଙ୍କ ଉପରେ କାଚ ଖଣ୍ଡ ଲାଗିବାରୁ ସେମାନେ ଆହତ ହୋଇଥିଲେ ।
ପ୍ରଥମ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଅମୃତସର ପୋଲିସ ଦେଇନାହିଁ । ପୋଲିସ ଅଧିକାରୀଙ୍କ କହିବାନୁସାରେ, ସେମାନେ ଯାଞ୍ଚ କରୁଛନ୍ତି, ଲୋକମାନଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଏବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications