Get Updates
Get notified of breaking news, exclusive insights, and must-see stories!

କରାଚି ବିଲ୍ଡିଂରେ ବଡ ବିସ୍ଫୋରଣ, 10 ଜଣଙ୍କର ମୃତ୍ୟୁ

ପାକିସ୍ତାନର ଏକ ବିଲ୍ଡିଂରେ ବିସ୍ଫୋରଣ ହୋଇଛି । ଏଥିରେ 10 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଇସଲାମାବାଦ : ପାକିସ୍ତାନର ଏକ ବିଲ୍ଡିଂରେ ବିସ୍ଫୋରଣ ହୋଇଛି । ଏଥିରେ 10 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପାକିସ୍ତାନୀ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ଅପରାହ୍ନରେ କରାଚି ସହରର ଶେର୍ସା ପରଚା ଛକ ଅଞ୍ଚଳର ଏକ କୋଠାରେ ଏହି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଦଶ ଜଣ ପ୍ରାଣ ହରାଇଛନ୍ତି । ବିସ୍ଫୋରଣ ଘଟିବା ମାତ୍ରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଚାରିଆଡ଼େ ଦୌଡୁଥିବା ଦେଖିବାକୁ ମିଳିଥିଲା ।

karachi

ବିସ୍ପୋରଣର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖାଯାଇପାରେ ଯେ ଘଟଣାସ୍ଥଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଅଳିଆ ଆବର୍ଜନା ବିସ୍ତାର ହୋଇଛି । ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ ଏହି ବିସ୍ଫୋରଣ ଶେରଶାର ପରଚା ଛକ ନିକଟ HBL ବ୍ୟାଙ୍କର ଏକ ଶାଖା ଭିତରେ ଘଟିଛି ଯେଉଁଥିରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ପ୍ରାଥମିକ ସୂଚନା ଅନୁଯାୟୀ, ଭୂତଳ ଗ୍ୟାସ ପାଇପଲାଇନ ଦ୍ୱାରା ଏହି ବିସ୍ଫୋରଣ ଘଟିଛି । ତେବେ ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ବିସ୍ପୋରଣରେ ଆହତ 4 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏଥିସହିତ ଅନେକ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ, ଫସି ରହିଥିବା ଲୋକଙ୍କୁ ଥଇଥାନ କାର୍ଯ୍ୟ ଜାରି ରହିଛି ।

ଏଥିସହିତ ଏହା ମଧ୍ୟ କୁହାଯାଉଛି ଯେ ଏହି ବିସ୍ଫୋରଣ ବିଲଡିଂ ନିକଟ ଡ୍ରେନରେ ଘଟିଛି ଯେଉଁଥିରେ ବ୍ୟାଙ୍କ ବିଲଡିଂ କ୍ଷତିଗ୍ରସ୍ତ ହୋଇଛି । ଯଦିଓ ବର୍ତ୍ତମାନ ସମୟରେ ପ୍ରକୃତ କାରଣ ବିଷୟରେ କୌଣସି ସୂଚନା ନାହିଁ । ଏହି ଘଟଣା ପରେ ବମ୍ ଡିସପୋଜାଲ୍ ସ୍କ୍ୱାଡ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+