ଡକ୍ଟର ରେଡ୍ଡୀକୁ ବଡ଼ ଝଟକା, ସ୍ପୁଟନିକ୍ ଲାଇଟ୍ ର ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ମିଳିଲାନି ଅନୁମୋଦନ
ଡକ୍ଚର ରେଡ୍ଡୀ ଲାବୋରେଟୋରୀକୁ ରୁଷର ସ୍ପୁଟ୍ନିକ୍ ଲାଇଟ୍ ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ଅନୁମୋଦନ କରିବାକୁ ସରକାରଙ୍କ ବିଶେଷଜ୍ଞ କମିଟି ମନା କରିଦେଇଛି ।
ନୂଆଦିଲ୍ଲୀ : ଡକ୍ଚର ରେଡ୍ଡୀ ଲାବୋରେଟୋରୀକୁ ରୁଷର ସ୍ପୁଟ୍ନିକ୍ ଲାଇଟ୍ ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ଅନୁମୋଦନ କରିବାକୁ ସରକାରଙ୍କ ବିଶେଷଜ୍ଞ କମିଟି ମନା କରିଦେଇଛି । ଟିକା ଉପରେ ସରକାରଙ୍କ ଦ୍ୱାରା ଗଠିତ ସବଜେକ୍ଟ ବିଶେଷଜ୍ଞ କମିଟି ବୁଧବାର ଡକ୍ଟର ରେଡ୍ଡୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ, ଯେଉଁଥିରେ ଭାରତରେ ସ୍ପୁଟନିକ୍ ଲାଇଟ୍ ଟିକା ପରୀକ୍ଷା ପାଇଁ ଅନୁମତି ମଗାଯାଇଥିଲା । ସୂଚନାନୁସାରେ, ପ୍ୟାନେଲ୍ କମ୍ପାନୀକୁ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରିବାକୁ ଅନୁମତି ଦେବାକୁ ମନା କରିଦେଇଛି ।

ସ୍ପୁଟନିକ୍ ଟିକା ହେଉଛି ଗୋଟିଏ ଡୋଜ୍ ଟିକା, ଅର୍ଥାତ୍ କେବଳ ଗୋଟିଏ ମାତ୍ରା ଡୋଜ୍ ଦିଆଯିବ । କିନ୍ତୁ ଏପର୍ଯ୍ୟନ୍ତ ଏହାକୁ ଭାରତରେ ଅନୁମତି ଦିଆଯାଇ ନାହିଁ ।
ଡକ୍ଟର ରେଡ୍ଡୀର ସିଇଓ ଦୀପକ ସାପରା କହିଛନ୍ତି ଯେ ସ୍ପୁଟନିକ୍ ଲାଇଟ୍ ହେଉଛି ଏକ-ଡୋଜ୍ ଟିକା, ଯାହା ସ୍ପୁଟ୍ନିକ୍ ନିର୍ମାତା ଦ୍ୱାରା ବିକଶିତ ହୋଇଛି, ଯାହା ଏପର୍ଯ୍ୟନ୍ତ ଭାରତରେ ଅନୁମୋଦନ ହୋଇନାହିଁ । ଏହାକୁ ଅନୁମତି ଦେବା ପାଇଁ ଡକ୍ଟର ରେଡ୍ଡୀଙ୍କ ଲ୍ୟାବ ଭାରତର ନିୟାମକଙ୍କ ସହ ଆଲୋଚନା କରୁଛି । ସାପରା ଆହୁରି କହିଛନ୍ତି ଯେ ମୁଁ ଆଶା କରୁଛି ଯେ ଥରେ ସ୍ପୁଟ୍ନିକ୍ ଲାଇଟ୍ ଭାରତକୁ ଅଣାଯିବା ପରେ ଏହା ଦେଶର ଟିକା କାର୍ଯ୍ୟକ୍ରମରେ ଆଉ ଏକ ପ୍ରମୁଖ ଅବଦାନ ଦେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଟିକା ର କେବଳ ଗୋଟିଏ ମାତ୍ରା ଯଥେଷ୍ଟ ହେବ ଏବଂ ଏହା କରୋନାରୁ ଲୋକଙ୍କୁ 80 ପ୍ରତିଶତ ସୁରକ୍ଷା ଦେବ । ଯଦି ଏହି ଟିକା ଅନୁମୋଦନ ହୋଇଥାନ୍ତା ତେବେ ଏହାର ମୂଲ୍ୟ ପ୍ରାୟ 730 ଟଙ୍କା ହୋଇଥାନ୍ତା ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications