କରୋନାର ବି ବଞ୍ଚିବାର ଅଧିକାର ଅଛି : ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ

ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଏକ ଅଜବ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ କରୋନା ଏକ ଜୀବ ତାର ବି ବଞ୍ଚିବାର ଅଧିକାର ଅଛି ।

ଉତ୍ତରାଖଣ୍ଡ: ଦେଶରେ କରୋନା ମହାମାରୀ ଏବେ ଭୟଙ୍କର ସ୍ଥିତିରେ ପହଞ୍ଚିଛି। ପ୍ରତ୍ୟେକ ଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। ଏହାରି ଭିତରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଏକ ଅଜବ ବୟାନ ଦେଇଛନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ ହଙ୍ଗାମା ସୃଷ୍ଟି ହୋଇଛି । ସେ କହିଛନ୍ତି ଯେ କରୋନା ଏକ ଜୀବ ତାର ବି ବଞ୍ଚିବାର ଅଧିକାର ଅଛି । ଏହି ବୟାନ ପରେ ସୋଶାଲ ମିଡିୟାରେ ଏବେ ଝଡ ସୃଷ୍ଟି ହୋଇଛି। ଏହି ବୟାନ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ଲୋକ ମାନେ ଭିନ୍ନ ଭିନ୍ନ ମତ ଦେବା ଆରମ୍ଭ କରିଦେଇଛନ୍ତି।

ଉତ୍ତରାଖଣ୍ଡ
ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତି ଯେ, "ଦାର୍ଶନିକ ରୁପରେ ଦେଖିବାକୁ ଗଲେ କରୋନା ଭାଇରସ୍ ହେଉଛି ଗୋଟିଏ ଜୀବନ୍ତ ଜୀବ ଏବଂ ଅନ୍ୟ ଲୋକମାନଙ୍କ ପରି ତାର ବି ବଞ୍ଚିବାର ଅଧିକାର ରହିଛି । ହେଲେ ଆମେ ନିଜକୁ ଖୁବ୍ ବୁଦ୍ଧିମାନ ଭାବୁଛେ ଏବଂ ଏହାକୁ ମାରିବା ଚେଷ୍ଟାରେ ଲାଗିପଡିଛନ୍ତି । ମଣିଷକୁ ଭାଇରସ୍ ଠାରୁ ସୁରକ୍ଷିତ ରହିବାକୁ ହେଲେ ଭାଇରସ୍ ଠାରୁ ଆଗକୁ ବଢ଼ିବା ଦରକାର ବୋଲି ସେ କହିଛନ୍ତି ।
ତେବେ ତାଙ୍କର ଏଭଳି ବୟାନ ପାଇଁ ତାଙ୍କୁ ଏବେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେବାକୁ ପଡିଛି ।

ଜଣେ ୟୁଜର୍ ଟ୍ରୋଲ୍ କରି କହିଛନ୍ତି ଯେ, ଏହି ଭାଇରସ୍ କୁ ସେଣ୍ଟ୍ରାଲ୍ ଭିଷ୍ଟାରେ ଆଶ୍ରୟ ଦିଆଯିବା ଦରକାର। ସେହିପରି ଜାତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ବି ଭି ଶ୍ରୀ ନିବାସ କହିଛନ୍ତି ଯେ, "କରୋନା ଏକ ପ୍ରାଣୀ-ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ, ତାହେଲେ ତାର ଆଧାର କାର୍ଡ ଏବଂ ରାସନ କାର୍ଡ ମଧ୍ୟ ଥିବ"।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+