ସ୍ଥାନାନ୍ତର ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ପରମବୀର ସିଂହ, ଅଭିଯୋଗ ଉପରେ ସ୍ପଷ୍ଟୋକ୍ତି ଦେଲେ ଗୃହମନ୍ତ୍ରୀ
ସୋମବାର ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ତାଙ୍କ ସ୍ଥାନାନ୍ତର ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ଏହାସହ ସମଗ୍ର ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ।
ମୁମ୍ବାଇ : ଆଣ୍ଟିଲିଆ କାର ମାମଲା ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ କିନ୍ତୁ ଏହା ମହାରାଷ୍ଟ୍ର ରାଜନୀତିରେ ଏକ ଅଡୁଆ ସୃଷ୍ଟି କରିଛି । ଗୋଟିଏ ପଟେ ପୂର୍ବତନ କମିଶନରଙ୍କ ବିବୃତ୍ତି ଆଧାରରେ ବିରୋଧୀମାନେ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଇସ୍ତଫା ଦାବି କରୁଥିବା ବେଳେ ଅନ୍ୟପକ୍ଷରେ ଏନସିପି ଏବଂ ସହଯୋଗୀମାନେ ତାଙ୍କୁ ରକ୍ଷା କରିବାରେ ଲାଗିପଡ଼ିଛନ୍ତି । ବିବାଦ ବଢୁଥିବା ଦେଖି ଦେଶମୁଖ ନିଜେ ମଧ୍ୟ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି । ସୋମବାର ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ତାଙ୍କ ସ୍ଥାନାନ୍ତର ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ଏହାସହ ସମଗ୍ର ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ।

ବାସ୍ତବରେ, ଶରଦ ପାୱାର ଦେଶମୁଖଙ୍କୁ କ୍ଲିନଚିଟ୍ ଦେବା ସପକ୍ଷରେ ଫେବୃଆରୀରେ ସେ ଡାକ୍ତରଖାନାରେ ଭର୍ତ୍ତି ଥିବା ନେଇ କହିଥିଲେ ଏପରିକି ଏହା ପ୍ରମାଣ ପତ୍ର ମଧ୍ୟ ଦେଖାଇଥିଲେ । ଏହା ଉପରେ ବିଜେପି ତୁରନ୍ତ ପ୍ରଶ୍ନ ଉଠାଇଲା ଯେ, ଯଦି ସେ ହସ୍ପିଟାଲରେ ଥିଲେ, ତେବେ ସେ 15 ଫେବୃଆରୀରେ କିପରି ସାମ୍ବାଦିକ ସମ୍ମିଳନୀ କରିଥିଲେ ? ଏହା ଉପରେ ଦେଶମୁଖ ନିରବତାକୁ ଭାଙ୍ଗି କହିଛନ୍ତି ଯେ, 'ମୁଁ ଫେବୃଆରୀ 15 ରେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଗଣମାଧ୍ୟମର ଅନେକ ଲୋକ ମତେ ଅପେକ୍ଷା କରିଥିଲେ । ସେହି ସମୟ ମଧ୍ୟରେ ମୁଁ ଦୁର୍ବଳ ଅନୁଭବ କରୁଥିଲି, ଯେଉଁଥିପାଇଁ ମୁଁ ଚେୟାରରେ ବସି ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲି । ଏହା ପରେ ମୁଁ ଘରକୁ ଗଲି । ତା'ପରେ 15 ରୁ 17 ଫେବୃଆରୀ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟିନରେ ଥିଲି । ଫେବୃଆରୀ 28 ରେ ସୁସ୍ଥ ହେବା ପରେ ଘରୁ ବାହରକୁ ବାହାରିଥିଲି ।'
ପରମବୀର ସିଂହଙ୍କ ଦାବି
ସୋମବାର ମୁମ୍ବାଇ ପୋଲିସର ପୂର୍ବତନ କମିଶନର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସେଠାରେ ସେ ହୋମଗାର୍ଡ ବିଭାଗକୁ ସ୍ଥାନାନ୍ତର କରିବାକୁ ନେଇ ଚ୍ୟାଲେଞ୍ଜ କରିଛନ୍ତି । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ କରିଥିବା ଅଭିଯୋଗର ସିବିଆଇ ତଦନ୍ତ ପାଇଁ ସେ ଦାବି କରିଛନ୍ତି । ସରକାର ତାଙ୍କୁ ନିଲମ୍ବନ କରି ପାରନ୍ତି ବୋଲି ସେ ଆଶଙ୍କା କରି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନିର୍ଦ୍ଦେଶ ଦେବାକୁ ସେ କୋର୍ଟ ନିକଟରେ ଆବେଦନ କରିଛନ୍ତି ।
ଏହି ମାମଲାରେ ଏନସିପି ନେତା ଶରଦ ପାଓ୍ୱାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଫେବୃଆରୀ 2021 ମସିହାରେ ଦେଶମୁଖ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏଭଳି ପରିସ୍ଥିତିରେ ଫେବୃଆରୀରେ ଅନିଲ ଦେଶମୁଖ ଏବଂ ସଚିନ ବାଜେଙ୍କ ମଧ୍ୟରେ କଥାବାର୍ତ୍ତା ହୋଇନଥିବା । ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ଯେଉଁଥିପାଇଁ ଦେଶମୁଖ ଇସ୍ତଫା ଦେବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଅଭିଯୋଗଗୁଡିକ ପ୍ରକୃତ ପ୍ରସଙ୍ଗରୁ ଦୃଷ୍ଟି ହଟାଇହାକୁ ଏକ ଷଡଯନ୍ତ୍ର ।












Click it and Unblock the Notifications