EPFO ସଦସ୍ୟମାନଙ୍କ ପାଇଁ ଖୁସି ଖବର, PF ଉପରେ ମିଳିବ 8.15% ସୁଧ

EPF

ନୂଆଦିଲ୍ଲୀ : କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (EPFO) ର ସକ୍ରିୟ ସଦସ୍ୟମାନଙ୍କ ପାଇଁ ଖୁସି ଖବର । ସଂଗଠନର ଦୁଇ ଦିନିଆ ବୈଠକ ଶେଷ ହୋଇଛି । ଏହି ବୈଠକରେ 2022-23 ବର୍ଷ ପାଇଁ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ଉପରେ ସୁଧ ହାର ଘୋଷଣା କରାଯାଇଛି । 2022-23 ଆର୍ଥିକ ବର୍ଷ ପାଇଁ ସରକାର EPF ଉପରେ ସୁଧ ହାର 8.15 ପ୍ରତିଶତ ସ୍ଥିର କରିଛନ୍ତି, ଯାହା ଗତ ବର୍ଷ 8.10 ପ୍ରତିଶତ ଥିଲା ।

ସୋମବାର (ମାର୍ଚ୍ଚ 27) ଠାରୁ ଆରମ୍ଭ ହୋଇଥିବା ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ର ଦୁଇ ଦିନିଆ ବୈଠକ ଶେଷ ହେବା ପରେ ସଂଶୋଧିତ ସୁଧ ହାର ଘୋଷଣା କରାଯାଇଛି । ଇପିଏଫଓ ବୈଠକରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଅଧ୍ୟକ୍ଷତା କରିଥିଲେ । ଦେଶରେ ପ୍ରାୟ 5 କୋଟି ଇପିଏଫ୍ ଗ୍ରାହକ ଅଛନ୍ତି, ଯେଉଁମାନେ 2022-23 ପାଇଁ EPFO ର ସୁଧ ହାର ବୃଦ୍ଧି କରିବାକୁ ସିବିଟିର ନିଷ୍ପତ୍ତିରୁ ସିଧାସଳଖ ଉପକୃତ ହେବେ ।

EPFO 2021-22 ରେ ଜମା ହୋଇଥିବା EPF ସୁଧ ହାରକୁ 8.1% କୁ ହ୍ରାସ କରିଥିଲା, ଯାହା ଏପର୍ଯ୍ୟନ୍ତ ସର୍ବନିମ୍ନ PF ସୁଧ ହାର ଅଟେ । 2021-22 ପାଇଁ EPFO ର ସୁଧ ହାର 8.5% ଥିଲା । ବର୍ଷ ବର୍ଷ ଧରି EPFO ହାର କ୍ରମାଗତ ଭାବେ ହ୍ରାସ ପାଇଛି । 2019-20 ଆର୍ଥିକ ବର୍ଷ ପାଇଁ ମାର୍ଚ୍ଚ 2020 ରେ ଘୋଷଣା କରାଯାଇଥିବା EPFO ସୁଧ ହାର 8.5% ଥିଲା । 2018-19 ଆର୍ଥିକ ବର୍ଷ ପାଇଁ EPF ହାର 8.65% ଥିଲା । 2013-14 ରେ, ଇପିଏଫ୍ଓ 8.75 ପ୍ରତିଶତ ସୁଧ ହାର ଦେଇଥିଲା । ସରକାର 2022-23 ପାଇଁ 8.15 ପ୍ରତିଶତ ସୁଧ ହାର ସ୍ଥିର କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+