ନିରାଶ ହେଲେ ବୈଜ୍ଞାନିକ, ବୈଷୟିକ ତ୍ରୁଟି ଯୋଗୁଁ EOS-03 ମିଶନ୍ ଫେଲ୍
ବିଫଳ ହେଲା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋର ) ର EOS-03 ମିଶନ୍ । ବୈଷୟିକ ତ୍ରୁଟି ଯୋଗୁଁ ନିଜ କକ୍ଷ ପଥରେ ଅବସ୍ଥାପିତ ହୋଇପାରିଲା ନାହିଁ EOS-03 ।
ନୂଆଦିଲ୍ଲୀ : ବିଫଳ ହେଲା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋର ) ର EOS-03 ମିଶନ୍ । ବୈଷୟିକ ତ୍ରୁଟି ଯୋଗୁଁ ନିଜ କକ୍ଷ ପଥରେ ଅବସ୍ଥାପିତ ହୋଇପାରିଲା ନାହିଁ EOS-03 ।

ଭାରତୀୟ ମହାକାଶ ଗବେଷଣା ସଂଗଠନ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସକାଳ 5.43 ରେ EOS-3 ଲଞ୍ଚ କରାଯାଇଥିଲା । 18.39 ମିନିଟ୍ ପର୍ଯ୍ୟନ୍ତ ଯାତ୍ରା କରିବା ପରେ, କ୍ରାୟୋଜେନିକ୍ ଇଞ୍ଜିନ୍ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା, ଫଳରେ ଏହାର ତଥ୍ୟ ପାଇବାରେ ବୈଜ୍ଞାନିକମାନେ ବିଫଳ ହୋଇଥିଲେ । ଏହା ପରେ ISRO ମୁଖ୍ୟ ଡ କେ ସିବନ ସୂଚନା ଦେଇଛନ୍ତି ଯେ EOS-03 ମିଶନ୍ ଆଂଶିକ ବିଫଳ ହୋଇଛି ଏବଂ ଏହାର ସିଧା ପ୍ରସାରଣ ବନ୍ଦ ହୋଇଯାଇଛି ।
GSLV-F10 ଉତକ୍ଷେପଣ ପରେ ଉପଗ୍ରହକୁ ମହାକାଶରେ ଅବସ୍ଥାପନ କରାଯାଇଥାନ୍ତା । କିନ୍ତୁ ଦୁଇଟି ପର୍ଯ୍ୟାୟ ପରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ମିଶନ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ । ଏହି ମିଶନର ସଫଳତା ସହିତ ଭାରତ ମହାକାଶରେ ବହୁତ ବଡ଼ ସଫଳତା ପାଇ ପାରିଥାନ୍ତା ।
ଲକ୍ଷ୍ୟ ପୂରଣ ହୋଇଥିଲେ ଏହି ଉପଗ୍ରହ ଦେଶ ଓ ସୀମାର 'ରିଅଲ ଟାଇମ' ଚିତ୍ର ପ୍ରଦାନ କରିଥାନ୍ତା । ଏହା ସହିତ ପ୍ରାକୃତିକ ଦୁର୍ବିପାକ ଉପରେ ଏହା ନଜର ରଖିଥାନ୍ତା । ବିଶେଷକରି ବାତ୍ୟା, ବାଦଲ ଫଟା ବର୍ଷା, ବିଜୁଳି ଆଦିର ପୂର୍ବାନୁମାନ କ୍ଷେତ୍ରରେ ଏହା ବିଶେଷ ଉପଯୋଗୀ ହୋଇପାରିଥାନ୍ତା ବୋଲି ବିଶେଷଜ୍ଞମାନେ କହିଥିଲେ । ଏହି ସହ ଉପଗ୍ରହଟି ଆସନ୍ତା 10 ବର୍ଷ ପର୍ଯ୍ୟନ୍ତ କାମ କରିବ କୁହାଯଯାଉଥିବା ବେଳେ ଉପଗ୍ରହକୁ ପୃଥିବୀର କକ୍ଷପଥରେ ଅବସ୍ଥାପିତ କରିବା ସମ୍ଭବ ହୋଇ ପାରିଲାନାହିଁ ।
ଏହି ବର୍ଷ ISRO ର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ମିଶନ ଥିଲା । ବୁଧବାର ଠାରୁ ଉପଗ୍ରହ ଉତକ୍ଷେପଣ ପାଇଁ ପ୍ରସ୍ତୁତି ଚାଲିଥିଲା । ଏହା GSLV ରକେଟର 14 ତମ ବିମାନ ଥିଲା । ଯଦିଓ ସ୍ୱଦେଶୀ କ୍ରାୟୋଜେନିକ୍ ଇଞ୍ଜିନ୍ ସହିତ GSLV ରକେଟର ଏହା ଅଷ୍ଟମ ବିମାନ ଥିଲା, ଏହାର ବିଫଳତା ବୈଜ୍ଞାନିକମାନଙ୍କୁ ନିରାଶ କରିଛି । ଉଲ୍ଲେଖନୀୟ କଥା ହେଉଛି, 1979 ପରଠାରୁ ସମୁଦାୟ 37 ଆର୍ଥ ଅବଜରଭେଟରୀ ଉପଗ୍ରହ ଉତକ୍ଷେପଣ କରାଯାଇଛି, ସେଥିମଧ୍ୟରୁ ଦୁଇଟି ଉତକ୍ଷେପଣରେ ବିଫଳ ହୋଇଥିବାବେଳେ ଆଜି ତୃତୀୟ ମିଶନ ବିଫଳ ହୋଇଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications