ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ସମେତ ଅନେକ ସ୍ଥାନରେ ଇଡି ଚଢାଉ
ଇଡି ଟିମ୍ ଦିଲ୍ଲୀର ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟରେ ଯାଞ୍ଚ କରୁଛି । କୁହାଯାଉଛି ଯେ ଏଜେନ୍ସିର ଅଧିକାରୀମାନେ ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟରେ ଅଛନ୍ତି ଏବଂ ସର୍ଚ୍ଚ ଅପରେସନ କରୁଛନ୍ତି ।
ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଏହାର ତଦନ୍ତକୁ ତ୍ୱରାନ୍ୱିତ କରୁଛି । ଏହା ଅଧୀନରେ ମଙ୍ଗଳବାର ଦିନ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଇଡି ଟିମ୍ ଦିଲ୍ଲୀ ଏବଂ ଅନେକ ସ୍ଥାନରେ ଚଢାଉ କରିଛି ।
ସୂଚନାନୁସାରେ, ଇଡି ଟିମ୍ ଦିଲ୍ଲୀର ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟରେ ଯାଞ୍ଚ କରୁଛି । କୁହାଯାଉଛି ଯେ ଏଜେନ୍ସିର ଅଧିକାରୀମାନେ ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟରେ ଅଛନ୍ତି ଏବଂ ସର୍ଚ୍ଚ ଅପରେସନ କରୁଛନ୍ତି । ଏହାପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଏହି ମାମଲାରେ ଅନେକ ରାଉଣ୍ଡ ପଚରାଉଚୁରା କରାଯାଇଛି ।

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ଅନେକ ସ୍ଥାନରେ ଇଡି ଚଢାଉ ଜାରି ରହିଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଚରାଉଚୁରା କରିବାର କିଛି ଦିନ ପରେ କେନ୍ଦ୍ରୀୟ ଏଜେନ୍ସି ଏହି ପଦକ୍ଷେପ ନେଇଛି । ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ଅର୍ଥ ହେରଫେର ମାମଲାରେ ଇଡି ବର୍ତ୍ତମାନ ଆକ୍ସନ ମୋଡ଼ରେ ଦେଖାଯାଉଛି ।
Delhi | ED raids are underway at multiple locations in Delhi pertaining to alleged National Herald money laundering case pic.twitter.com/fUmD1YxI9a
— ANI (@ANI) August 2, 2022
ସୂଚନାନୁସାରେ, ଖବରକାଗଜ କାର୍ଯ୍ୟାଳୟ ସମେତ ପ୍ରାୟ ଦଶଟି ସ୍ଥାନରେ ଅନୁସନ୍ଧାନକାରୀ ସଂସ୍ଥା ଚଢାଉ ଚାଲିଛି । ଆପଣଙ୍କୁ କହିରଖୁଛୁ ଯେ କେବଳ ଗତ ମାସରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ତିନି ଦିନ ଧରି ଇଡି ଦ୍ୱାରା ଅନେକ ରାଉଣ୍ଡ ପଚରାଉଚରା କରାଯାଇଥିଲା ଯେଉଁଥିରେ 100 ରୁ ଅଧିକ ପ୍ରଶ୍ନ ପଚରାଯାଇଥିଲା । ଏଥି ସହିତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପାଞ୍ଚ ଦିନ ନିରନ୍ତର ପଚରାଉଚରା କରାଯାଇଥିଲା ଯେଉଁଥିରେ 150 ରୁ ଅଧିକ ପ୍ରଶ୍ନ ପଚରାଯାଇଥିଲା ।












Click it and Unblock the Notifications