ଶୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଦୁଇ ଜବାନ ସହିଦ
ସୁରକ୍ଷା ବାହିନୀ ଏବଂ ପୋଲିସର ମିଳିତ ଟିମ୍ ଆତଙ୍କବାଦୀଙ୍କ ସହ ମୁକାବିଲା କରୁଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି ।
ଶୋପିଆନ୍ : ଜାମ୍ମୁ କାଶ୍ମୀରର ଶୋପିଆନ୍ ର ଜୈନାପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି । କାଶ୍ମୀର ଜୋନ୍ ପୋଲିସ ଏନେଇ ସୂଚନା ଦେଇଛି । ସୁରକ୍ଷା ବାହିନୀ ଏବଂ ପୋଲିସର ମିଳିତ ଟିମ୍ ଆତଙ୍କବାଦୀଙ୍କ ସହ ମୁକାବିଲା କରୁଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଏନକାଉଣ୍ଟରରେ ଦୁଇ ଜଣ ଜବାନ ସହିଦ ହୋଇଛନ୍ତି । ଏଥିସହିତ ସୁରକ୍ଷା କର୍ମୀ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଫେବୃଆରୀ ପ୍ରଥମ ସପ୍ତାହରେ, ଜାମ୍ମୁ କାଶ୍ମୀରର ଶୋପିଆନ୍ ନଦିଗାମ ଅଞ୍ଚଳରେ ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ନିହତ ହୋଇଥିଲା । ଆତଙ୍କବାଦୀଙ୍କ ନାମ ଶୋପିଆନ୍ର ବୈଙ୍ଗାମ୍ ର ବାସିନ୍ଦା ଉମର ଇଶଫାକ ମଲିକ ବୋଲି ଜଣାପଡିଥିଲା । ସେ ଗତ ବର୍ଷ ନଭେମ୍ବର 2021 ରେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନରେ ସାମିଲ ହୋଇଥିଲା ।












Click it and Unblock the Notifications