ଜାମ୍ମୁ କାଶ୍ମୀର : କୁଲଗାମରେ ପାକିସ୍ତାନୀ ଆତଙ୍କବାଦୀକୁ ନିହତ କଲେ ସୁରକ୍ଷା ବାହିନୀ
ଶନିବାର ଦିନ ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏନକାଉଣ୍ଟରରେ ରାଜ୍ୟ ପୋଲିସ ଏବଂ ସେନାର ମିଳିତ ଦଳ ପାକିସ୍ତାନୀ ଆତଙ୍କବାଦୀକୁ ନିହତ କରିଛନ୍ତି ।
ଶ୍ରୀନଗର : ଶନିବାର ଦିନ ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏନକାଉଣ୍ଟରରେ ରାଜ୍ୟ ପୋଲିସ ଏବଂ ସେନାର ମିଳିତ ଦଳ ପାକିସ୍ତାନୀ ଆତଙ୍କବାଦୀକୁ ନିହତ କରିଛନ୍ତି । ଆଇଜିପି କାଶ୍ମୀର କହିଛନ୍ତି ଯେ ନିହତ ଆତଙ୍କବାଦୀ ପାକିସ୍ତାନର ନାଗରିକ ଏବଂ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ସଦସ୍ୟ ।

କୁଲଗାମ ଜିଲ୍ଲାର ମିରହାମା ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ଆତଙ୍କବାଦୀଙ୍କ ଲୁଚି ରହିଥିବା ସୂଚନା ଉପରେ ପୋଲିସ ଏବଂ ସେନା ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ଯେଉଁଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏହାପୂର୍ବରୁ ଶୁକ୍ରବାର ଦିନ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଯେଉଁଥିରେ ଜଣେ ଯବାନ ସହିଦ ହୋଇଥିଲେ ଏବଂ 4 ଜଣ ସୈନିକ ଆହତ ହୋଇଥିଲେ ।
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ ଓ କାଶ୍ମୀର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।












Click it and Unblock the Notifications