ଜାମ୍ମୁ କାଶ୍ମୀରର ବଡଗାମ ଏବଂ ଶୋପିଆନରେ ଏନକାଉଣ୍ଟର, 3 ଆତଙ୍କବାଦୀ ନିହତ, ଜଣେ ପୋଲିସ ସହିଦ
କାଶ୍ମୀର ଜୋନ୍ ପୋଲିସର ସୂଚନାନୁସାରେ, ଶୋପିଆନ୍ ଏନକାଉଣ୍ଟରରେ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି । ଉଭୟ ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତ ଭାବେ ଏହି ଅପରେସନ୍ ଜାରି ରଖିଛନ୍ତି ।
ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରର ବଡଗାମ ଏବଂ ଶୋପିଆନ୍ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ଶୋପିୟାନରେ ଗୁଳିବିନିମୟ ଜାରି ରହିଥିଲା । ଅନ୍ୟପକ୍ଷରେ ବଡଗାମରେ ଶୁକ୍ରବାର ପୂର୍ବାହ୍ନରେ ବଡଗାମରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । କାଶ୍ମୀର ଜୋନ୍ ପୋଲିସର ସୂଚନାନୁସାରେ, ଶୋପିଆନ୍ ଏନକାଉଣ୍ଟରରେ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି । ଉଭୟ ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତ ଭାବେ ଏହି ଅପରେସନ୍ ଜାରି ରଖିଛନ୍ତି । ଶୋପିଆନ୍ ଏନକାଉଣ୍ଟରରେ ଲସ୍କରର ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି କାଶ୍ମୀର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି ।

ଏଥିସହ ବଡଗାମରେ ହୋଇଥିବା ଅପରେସନରେ ପୋଲିସ୍ ଏସପିଓ ମହମ୍ମଦ ଅଲତାଫ ସହିଦ ହୋଇଛନ୍ତି । ଏଥିସହିତ ଅନ୍ୟ ଜଣେ ପୋଲିସ କର୍ମଚାରୀ ଏସ.ଜି.ଟି ସିଟି ମଞ୍ଜୁର ଅହମ୍ମଦ ଆହତ ହୋଇଛନ୍ତି । ବଡଗାମର ବିରୱା ଅଞ୍ଚଳରୁ ଶୋପିଆନ୍ ପର୍ଯ୍ୟନ୍ତ ସେନା ସର୍ଚ୍ଚ ଅପରେସନ୍ ଜାରି ରଖିଛି ।
An encounter has started at Badigam area of Shopian. Police and security forces are on the job. Further details shall follow: Kashmir Zone Police
— ANI (@ANI) February 18, 2021
ବଡଗମ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷା ବାହିନୀକୁ ସୂଚନା ମିଳିଥିଲା । ଏହା ପରେ ପୋଲିସ ଏବଂ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରୁଥିବା ବେଳେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଏହା ପରେ ଉଭୟ ପକ୍ଷରୁ ଗୁଳୁବିନିମୟ ହୋଇଥିଲା । କାଶ୍ମୀର ଉପତ୍ୟକାର ସ୍ଥିତି ଜାଣିବା ପାଇଁ ବିଦେଶୀ ରାଷ୍ଟ୍ରଦୂତଙ୍କ ଏକ ଦଳ ପରିଦର୍ଶନରେ ଆସିଥଇବା ସମୟରେ ଏପରି ଏକ ଏନକାଉଣ୍ଟର ହୋଇଛି ।












Click it and Unblock the Notifications