ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀଙ୍କ ଏନକାଉଣ୍ଟର, 2 ସୁଟର ନିପାତ, 3 ପୋଲିସ କର୍ମଚାରୀ ଆହତ
ଗାୟକଙ୍କ ହତ୍ୟାକାରୀଙ୍କୁ ଅମୃତସରର ଏକ ଗାଁରେ ପୋଲିସ ଘେରି ରହିଛନ୍ତି । ସୂଚନାନୁସାରେ, ସିଦ୍ଧୁ ମୁସେୱାଲା ହତ୍ୟା ମାମଲା ସହ ଜଡିତ ଦୁଇ ଜଣ ପୋଲିସ ଗୁଳିରେ ନିହତ ହୋଇଛନ୍ତି ।
ଅମୃତସର : ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ ଏବଂ ପୋଲିସ ମଧ୍ୟରେ ଏନକାଉଣ୍ଟର ହୋଇଛି । ଗାୟକଙ୍କ ହତ୍ୟାକାରୀଙ୍କୁ ଅମୃତସରର ଏକ ଗାଁରେ ପୋଲିସ ଘେରି ରହିଛନ୍ତି । ସୂଚନାନୁସାରେ, ସିଦ୍ଧୁ ମୁସେୱାଲା ହତ୍ୟା ମାମଲା ସହ ଜଡିତ ଦୁଇ ଜଣ ପୋଲିସ ଗୁଳିରେ ନିହତ ହୋଇଛନ୍ତି । ଏନକାନଉଣ୍ଟର ସମୟରେ ଜଣେ ସାମ୍ବାଦିକଙ୍କ ସହ ଦୁଇ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ଦୁଇ ସ୍ଥାନୀୟ ଲୋକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ଅଧିକ ସୁଟର ଘର ଭିତରେ ଲୁଚି ରହିଛନ୍ତି ।

ସୂଚନାନୁସାରେ, ଗାଁରେ ଗ୍ୟାଙ୍ଗଷ୍ଟରଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସ ସୂଚନା ପାଇଥିଲା, ପରେ ପୋଲିସ ଘେରାବନ୍ଦୀ କରିଥିଲା । ବର୍ତ୍ତମାନ ସୁଦ୍ଧା ଏନକାଉଣ୍ଟର ଜାରି ରହିଛି ।
ପଞ୍ଜାବ ପୋଲିସ ସୂଚନା ପାଇଥିଲା ଯେ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ସମ୍ପୃକ୍ତ ସୁଟରମାନେ ଅଟାରୀ ସୀମା ନିକଟ ଏକ ଗାଁ ଚିଚା ଭାକ୍ରାରେ ଲୁଚି ରହିଛନ୍ତି । ସୂଚନା ପାଇବା ପରେ ଅମୃତସର ପୋଲିସର ଟିମ୍ ଗାଁରେ ପହଞ୍ଚି ସୁଟପର ଲୁଚି ରହିଥିବା ଘରକୁ ଘେରି ରହିଥିଲେ । ଖବର ଅନୁଯାୟୀ ଉଭୟ ପାର୍ଶ୍ୱରୁ ମଧ୍ୟ ଗୁଳି ବିନିମୟ ହୋଇଛି । ଘଟଣାସ୍ଥଳରେ ଏକ ପୋଲିସ ଫୋର୍ସ ଉପସ୍ଥିତ ଅଛନ୍ତି ।












Click it and Unblock the Notifications