Sukma Encounter : ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର, ଅନେକ ନକ୍ସଲ ମୃତ୍ୟୁ
Sukma Encounter : ଛତିଶଗଡର ସୁକମା ଜିଲ୍ଲାରେ ଏକ ବଡ଼ ଏନକାଉଣ୍ଟର ହୋଇଛି । ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ 4 ରୁ 6 ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ, ନକ୍ସଲାଇଟ୍ ଅଞ୍ଚଳରେ ଯବାନଙ୍କ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଚିନ୍ତାଗୁପା ଜଙ୍ଗଲରେ ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିରେ ଅନେକ ନକ୍ସଲ ନିହତ ହୋଇଛନ୍ତି । ଶହୀଦ ସପ୍ତାହର ଦ୍ୱିତୀୟ ଦିନରେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଜାରି ରହିଛି ।
ଅଧିକାରୀ କହିଛନ୍ତି ଯେ ଅତି କମରେ ଚାରିରୁ 6 ଜଣ ମାଓବାଦୀ ନିହତ ହୋଇଛନ୍ତି କିମ୍ବା ଗୁରୁତର ଆହତ ହୋଇଛନ୍ତି । କିନ୍ତୁ ଘଟଣାସ୍ଥଳରେ କୌଣସି ମୃତଦେହ ମିଳି ନଥିଲା । ଅଧିକାରୀଙ୍କ ଅନୁଯାୟୀ, ନକ୍ସଲମାନେ ଆହତ କିମ୍ବା ନିହତ ଲୋକଙ୍କୁ ଜଙ୍ଗଲକୁ ନେଇଯିବାରେ ସଫଳ ହୋଇଛନ୍ତି ।
ସୂଚନାନୁସାରେ, ସକାଳେ ନକ୍ସଲମାନେ ଚିନ୍ତାଗୁଫା ଅଞ୍ଚଳର କଣ୍ଡୱଲ ଗାଁର ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ସୈନିକଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହାର ପାଲଟା ଯବାବରେ ସୁରକ୍ଷା ବାହିନୀ ଗୁଳି ଚଳାଇବା ଆରମ୍ଭ କରିଥିଲେ ।












Click it and Unblock the Notifications