Get Updates
Get notified of breaking news, exclusive insights, and must-see stories!

ଛତିଶଗଡର ସୁକମାରେ ନକ୍ସଲ - ସୁରକ୍ଷା କର୍ମୀ ମଧ୍ୟରେ ଗୁଳି ବିନିମୟ, ତିନି ଯବାନ ସହିଦ

ଶନିବାର ସକାଳେ ବସ୍ତର ଡିଭିଜନର ସୁକମା ଜିଲ୍ଲାରେ ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଗୁଳି ବିନିମୟ ବେଳେ ତିନି ଜଣ ଯବାନ ସହିଦ ହୋଇଛନ୍ତି । ଅନ୍ୟ 2 ଯବାନ ଆହତ ହୋଇଛନ୍ତି ।

Naxal

ରାୟପୁର : ଛତିଶଗଡରେ ମାଓବାଦୀ ଆତଙ୍କ ଜାରି ରହିଛି । ଶନିବାର ସକାଳେ ବସ୍ତର ଡିଭିଜନର ସୁକମା ଜିଲ୍ଲାରେ ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ନକ୍ସଲମାନେ ସୈନିକମାନଙ୍କୁ ଆମ୍ବୁସରେ ଫସାଇଛନ୍ତି । ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଚାଲିଥିବାବେଳେ ଏହି ଏନକାଉଣ୍ଟରରେ DRG ର ତିନି ଯବାନଙ୍କ ସହିଦ ହୋଇଛନ୍ତି । ଅନ୍ୟ 2 ଜଣ ଯବାନ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ମୁକାବିଲାରେ ନକ୍ସଲମାନଙ୍କର ମଧ୍ୟ କ୍ଷତି ହୋଇଛି । ତଥାପି, ଏହି ଏନକାଉଣ୍ଟର ସମ୍ବନ୍ଧରେ ଅଧିକ ବିବରଣୀ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ସୁକମା ଜିଲ୍ଲାର ଜାଗରଗୁଣ୍ଡା ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି ।

କୁହାଯାଉଛି ଯେ ସୁକମାର ଜାଗରଗୁଣ୍ଡା-କୁଣ୍ଡେଡ ମଧ୍ୟରେ ଜିଲ୍ଲା ରିଜର୍ଭ ଫୋର୍ସର ସୈନିକମାନେ ନକ୍ସଲ ଅପରେସନରେ ସଡକ ନିର୍ମାଣ କାର୍ଯ୍ୟ ତଥା ନିୟୋଜନ ପାଇଁ ସୁରକ୍ଷାରେ ସାମିଲ ଥିଲେ, ନକ୍ସଲମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ । DRG ଯବାନମାନେ ଏହି ଆକ୍ରମଣରେ ଫସି ରହିଥିଲେ ଏବଂ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହା ପରେ ପାଲଟା ଜବାବରେ ସୁରକ୍ଷାକର୍ମୀ ମଧ୍ୟ ଗୁଳି ଚଳାଇଥିଲେ ।

ଏନକାଉଣ୍ଟରରେ ସହିଦ ହୋଇଥିବା 3 ଜଣ ଯବାନ ହେଉଛନ୍ତି ଏଏସଆଇ ରାମୁରାମ ନାଗ, କୁଞ୍ଜାମ ଯୋଗ ଏବଂ ବଞ୍ଜାମ ଭୀମା । 2 ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଏନକାଉଣ୍ଟର ସ୍ଥାନରୁ ସ୍ଥାନାନ୍ତର କରିବାକୁ ଉଦ୍ୟମ ଚାଲିଛି । କୁହାଯାଉଛି ଯେ ଜାଗରଗୁଣ୍ଡା ନିକଟସ୍ଥ ପୋଲିସ କ୍ୟାମ୍ପରୁ ଯବାନଙ୍କ ଏକ କଣ୍ଟିଜେଣ୍ଟ ପଠାଯାଇଛି । ଏହା ବ୍ୟତୀତ ଫୋର୍ସର ହେଲିକପ୍ଟର ମଧ୍ୟ ପଠାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+