Get Updates
Get notified of breaking news, exclusive insights, and must-see stories!

ତେଲେଙ୍ଗାନା ସୀମାରେ ଅନକାଉଣ୍ଟର, ସୁରକ୍ଷାକର୍ମୀ ଗୁଳିରେ 3 ନକ୍ସଲ ନିହତ

ତେଲେଙ୍ଗାନା ସୀମାନ୍ତବର୍ତ୍ତୀ ବିଜାପୁରରେ ‘ଗ୍ରେହାଉଣ୍ଡ୍‌' ଏବଂ ମାଓବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର୍ ହୋଇଛି । ଏଥଇରେ ତିନି ଜଣ ନକ୍ସଲ ପ୍ରାଣ ହରାଇଛନ୍ତି ।

ହାଇଦ୍ରାବାଦ : ତେଲେଙ୍ଗାନା ସୀମାନ୍ତବର୍ତ୍ତୀ ବିଜାପୁରରେ 'ଗ୍ରେହାଉଣ୍ଡ୍‌' ଏବଂ ମାଓବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର୍ ହୋଇଛି । ଏଥଇରେ ତିନି ଜଣ ନକ୍ସଲ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରୁ ପୁଲିସ 'ଏସ୍‌ଏଲ୍‌ଆର୍‌' ଏବଂ 'ଏକେ-47' ରାଇଫଲ୍‌ ଉଦ୍ଧାର କରିଛି । ଏହି ଗୁଳିବିନିମୟ ଘଟଣାରେ ନକ୍ସଲମାନେ ଖୁବ୍‌ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି ।

naxal

ବିଭିନ୍ନ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ତେଲେଙ୍ଗାନା ପୁଲିସ ଏବଂ ତେଲେଙ୍ଗାନା ଗ୍ରେହାଉଣ୍ଡ୍‌ ଉପରୋକ୍ତ ଅଭିଯାନ ଚଳାଇଥିଲେ । ଘଟଣାସ୍ଥଳରୁ 3ଜଣ ନକ୍ସଲବାଦୀଙ୍କ ଶବ ମଧ୍ୟ ଉଦ୍ଧାର କରାଯାଇଛି । ଏନ୍‌କାଉଣ୍ଟର୍‌ରେ ଅଂଶ ଗ୍ରହଣ କରିଥିବା ସମସ୍ତ ଯବାନ ନିରାପଦ ଥିବା କଥା କୁହାଯାଉଛି । ଘଟଣାସ୍ଥଳରୁ ଯବାନମାନେ ଫେରିବା ପରେ ସବିଶେଷ ବିବରଣୀ ମିଳିବ ବୋଲି ଆଇ.ଜି. କହିଛନ୍ତି ।

ମିଳିଥିବା ସୂଚନା ମୁତବାକ ମୃତ 2 ମାଓବାଦୀ ହେଲେ ବଦୁର ଓରଫ କାଲୁ ଏବଂ କାମା । ବଦୁର ଦକ୍ଷିଣ ବସ୍ତର ଡିଭିଜନର ପାର୍ଟି କମାଣ୍ଡାଣ୍ଟ ଥିଲା । କାମା ଗଡ଼ଚୋରଲୀ ଡିଭିଜନର କମ୍ପାନୀ କମାଣ୍ଡାଣ୍ଟ ରହିଥିଲା ବୋଲି ସୂଚନା ମିଳିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+