କାଶ୍ମୀରର ଶୋପିଆନରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ବୁଧବାର ଦିନ ସେନା ଶୋପିଆନରେ ଆଉ ଜଣେ ଆତଙ୍କବାଦୀକୁ ଏନକାଉଣ୍ଟର କରିଛି । ବର୍ତ୍ତମାନ ମଧ୍ୟ ସେଠାରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଗୀ ମଧ୍ୟରେ ସଂଘର୍ଷ ଜାରି ରହିଛି । ନିହତ ଆତଙ୍କବାଦୀର ପରିଚୟ ମିଳିପାରିନାହିଁ ।

ଜାମ୍ମୁ : କାଶ୍ମୀର ଉପତ୍ୟକାରୁ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ସେନା ଅପରେସନ୍ ଚାଲିଛି । ଏହି କ୍ରମରେ ବୁଧବାର ଦିନ ସେନା ଶୋପିଆନରେ ଆଉ ଜଣେ ଆତଙ୍କବାଦୀକୁ ଏନକାଉଣ୍ଟର କରିଛି । ବର୍ତ୍ତମାନ ମଧ୍ୟ ସେଠାରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଗୀ ମଧ୍ୟରେ ସଂଘର୍ଷ ଜାରି ରହିଛି । ନିହତ ଆତଙ୍କବାଦୀର ପରିଚୟ ମିଳିପାରିନାହିଁ । ଦୁଇରୁ ତିନି ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏଭଳି ପରିସ୍ଥିତିରେ ଅପରେସନକୁ ଆହୁରି କଡାକଡି କରାଯାଇଛି ।

army

ସୂଚନା ଅନୁଯାୟୀ, କାଶ୍ମୀରର ଶୋପିଆନ୍ ଜିଲ୍ଲାର ଶିର୍ମାଲ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ଆସିଥିଲା । ଏହା ପରେ ସେନାର ରାଷ୍ଟ୍ରୀୟ ରାଇଫଲ୍ସ, ଜାମ୍ମୁ କାଶ୍ମୀର ପୋଲିସ ଏବଂ CRPF ଅପରେସନ ଆରମ୍ଭ କରିଥିଲେ । ତା'ପରେ ଏହି ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ସୁରକ୍ଷା କର୍ମୀମାନେ ମଧ୍ୟ ଗୁଳି ଚଳାଇବା ଆରମ୍ଭ କରିଥିଲେ । ସୁରକ୍ଷାର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ବର୍ତ୍ତମାନ ସୁଦ୍ଧା ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଜାରି ରହିଛି ।

ଇନ୍ସପେକ୍ଟରଙ୍କ ଉପରେ ଆକ୍ରମଣ

ଅନ୍ୟପକ୍ଷରେ, କାଶ୍ମୀରର ନୌଗାମର କାନିପୋରାରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଯେଉଁଠାରେ ସିଆଇଡିରେ ପୋଷ୍ଟରେ ନିୟୋଜିତ ଇନ୍ସପେକ୍ଟର ପରଭେଜ ଅହମ୍ମଦଙ୍କ ଉପରକୁ ଗୁଳି ଚଳାଯାଇଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସର ସୂଚନାନୁସାରେ, ପରଭେଜ ନମାଜ ପଢି ଫେରୁଥିବା ସମୟରେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଗୁଳି ଚଲାଇଥିଲେ । ବର୍ତ୍ତମାନ ସେଠାରେ ମଧ୍ୟ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଚାଲିଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+