କୁଲଗାମରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର, ଜଣେ ଯବାନ ଏବଂ ସାଧାରଣ ନାଗରିକ ଆହତ
ଶୁକ୍ରବାର ଦିନ କୁଲଗାମ ଜିଲ୍ଲାର ରେଡୱାନି ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି । ଏହି ଏନକାଉଣ୍ଟରରେ ଜଣେ ଯବାନ ଏବଂ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି ।
ଜାମ୍ମୁ : କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ବିରୋଧରେ ସେନାର ଅପରେସନ ଚାଲିଛି । ଶୁକ୍ରବାର ଦିନ କୁଲଗାମ ଜିଲ୍ଲାର ରେଡୱାନି ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି । ଏହି ଏନକାଉଣ୍ଟରରେ ଜଣେ ଯବାନ ଏବଂ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁଇରୁ ତିନି ଜଣ ଆତଙ୍କବାଦୀ ମଧ୍ୟ ଏହି ଅଞ୍ଚଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି ।

ସୂଚନାନୁସାରେ, ଶୁକ୍ରବାର ଦିନ କୁଲଗାମର ରେଡୱାନି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ମିଳିଥିଲା । ଜମ୍ମୁ-କଶ୍ମୀର ପୋଲିସ, CRPF ଏବଂ ରାଷ୍ଟ୍ରିୟ ରାଇଫଲ୍ସ ମିଳିତ ଅପରେସନ ଆରମ୍ଭ କରିଥିଲେ । ସୈନିକଙ୍କୁ ଦେଖି ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ, ଏହାର ଜବାବରେ ସୁରକ୍ଷା ବାହିନୀ ମଧ୍ୟ ଗୁଳି ଚଳାଇଥିଲେ । ଏହି ଘଟଣାରେ ଜଣେ ଯବାନ ଆହତ ହୋଇଛନ୍ତି । ଏଥି ସହ ଏନକାଉଣ୍ଟର ବେଳେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି । ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଅନ୍ୟପକ୍ଷରେ, ଜାମ୍ମୁ କାଶ୍ମୀରରୁ ଧାରା 370 ରଦ୍ଦ ହେବା ପରେ ତିନି ବର୍ଷ ପୂରଣ ହୋଇଛି । ଜାମ୍ମୁ କାଶ୍ମୀର ପୋଲିସ ଦାବି କରିଛି ଯେ ବର୍ତ୍ତମାନ ସେଠାରେ ଆତଙ୍କବାଦୀ ଘଟଣା ହ୍ରାସ ପାଇଛି । ପୋଲିସର ସୂଚନାନୁସାରେ, 5 ଅଗଷ୍ଟ 2016 ରୁ 4 ଅଗଷ୍ଟ 2019 ମଧ୍ୟରେ 3,686 ଘଟଣା ଥିବାବେଳେ ଗତ ତିନିବର୍ଷ ମଧ୍ୟରେ ମାତ୍ର 438 ଟି ଘଟଣା ଘଟିଛି । ଏହା ବ୍ୟତୀତ 2019 ପୂର୍ବରୁ ତିନି ବର୍ଷ ମଧ୍ୟରେ 124 ସାଧାରଣ ନାଗରିକ ଆଇନ ଶୃଙ୍ଖଳା ପରିସ୍ଥିତିରେ ପ୍ରାଣ ହରାଇଥିବା ବେଳେ ଧାରା 370 ରଦ୍ଦ ପରେ ଏହି ସଂଖ୍ୟା ଶୂନ ରହିଛି । ସେହିଭଳି ପ୍ରଥମ ତିନି ବର୍ଷରେ 6 ଜଣ ଯବାନ ସହିଦ ହୋଇଥିଲେ, କିନ୍ତୁ 2019 ପରେ କୌଣସି ଯବାନ ସହିଦ ହୋଇ ନାହାଁନ୍ତି ।












Click it and Unblock the Notifications