ଜାମ୍ମୁ କାସ୍ମୀର ପୁଲୱାମାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ସୁରକ୍ଷାକର୍ମୀ ଶହୀଦ
ଜମ୍ମୁ-କାଶ୍ମୀର ପୁଲୱାମାର ହାଞ୍ଜିନ୍, ରାଜପୋରା ଅଞ୍ଚଳରେ ବିଳମ୍ବିତ ରାତିରୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଗୁଳିବିନିମୟରେ ଜଣେ ଯବାନ ଶହୀଦ ହୋଇଛନ୍ତି । ଏହାସହ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି ।
ଶ୍ରୀନଗର : ଜମ୍ମୁ-କାଶ୍ମୀର ପୁଲୱାମାର ହାଞ୍ଜିନ୍, ରାଜପୋରା ଅଞ୍ଚଳରେ ବିଳମ୍ବିତ ରାତିରୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଗୁଳିବିନିମୟରେ ଜଣେ ଯବାନ ଶହୀଦ ହୋଇଛନ୍ତି । ଏହାସହ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି । ଗତକାଲି ବିଳମ୍ବିତ ରାତିରୁ ଗୁଳିବିନିମୟ ହୋଇଥିବା ବେଳେ ଏଯାଏଁ ମଧ୍ୟ ଗୁଳିବିନିମୟ ଜାରି ରହିଛି ।

ସୂଚନା ଅନୁଯାୟୀ, ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚି ଥିବା ନେଇ ଖବର ମିଳିବା ପରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳିଚାଳନା କରିଥିଲେ । ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିଚାଳନାରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ବତ୍ତର୍ମାନ ମଧ୍ୟ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
We have lost one Army havaldar during the encounter. Police, army and CRPF are on the ground, they are winding up the operation. Searches are underway: Jammu & Kashmir DGP Dilbag Singh on Pulwama encounter pic.twitter.com/I0Fc84eFDJ
— ANI (@ANI) July 2, 2021
ଜାମ୍ମୁ କାଶ୍ମୀର ଡିଜିପି ଦିଲବାଗ୍ ସିଂହ କହିଛନ୍ତି, ଏନକାଉଣ୍ଟର ସମୟରେ ଆମେ ଜଣେ ସେନା ହାବିଲଦାରଙ୍କୁ ହରାଇଛୁ । ପୋଲିସ, ସେନା ଏବଂ CRPF ସର୍ଚ୍ଚ ଉପରେସନ୍ ଜାରି ରଖିଛନ୍ତି ।












Click it and Unblock the Notifications