For Quick Alerts
Turn On Notification  
For Daily Alerts
Oneindia App Download

କୁଲଗାମରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ସୋମବାର ଜାମ୍ମୁ କାଶ୍ମୀରର କୁଲଗାମରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି ।

|

ଶ୍ରୀନଗର : ସୋମବାର ଜାମ୍ମୁ କାଶ୍ମୀରର କୁଲଗାମରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି ।

ଏହି ମୁକାବିଲା ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ଅହରବାଲ ଅଞ୍ଚଳରେ ଘଟିଛି । ଖବର ଲେଖିବା ପର୍ଯ୍ୟନ୍ତ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଏହି ଅଞ୍ଚଳରେ ଅଧିକ ଆତଙ୍କବାଦୀ ଲୁଚି ରହିଥିବାର ଆଶଙ୍କା କରାଯାଉଛି । ସୂଚନାନୁସାରେ, ରାଜ୍ୟ ପୋଲିସ ଏବଂ CRPF ଟିମ୍ ଏହି ମିଳିତ ଅପରେସନ୍ ଚଳାଉଛନ୍ତି ।

jammu and kashmir

ରବିବାର ଦିନ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସୁରକ୍ଷା ବାହିନୀ ସୂଚନା ପାଇଥିଲା । ସୂଚନା ପାଇବା ପରେ ସୁରକ୍ଷା ବାହିନୀର ଦଳ ଆତଙ୍କବାଦୀଙ୍କ ସନ୍ଧାନରେ ଏହି ଅଞ୍ଚଳରେ ପହଞ୍ଚିଥିଲେ । ଏଠାରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ, ଯାହା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା ।

ଏହା ପୂର୍ବରୁ ରବିବାର ଦିନ କୁଲଗାମର ମୁନନ୍ଦ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଥିଲା । ଶନିବାର ବାନ୍ଦିପୋରାରେ ମଧ୍ୟ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏହି ଏନକାଉଣ୍ଟରରେ ଜଣେ ଯବାନ ମଧ୍ୟ ଆହତ ହୋଇଥିଲେ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Encounter At Kulgam : One Terrorist Dead
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X