ଜାମ୍ମୁ-କାଶ୍ମୀରର ସୋପିଆନ୍ ରେ ଏନକାଉଣ୍ଟର, ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ନିହତ
ଜାମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ, ଶୋପିଆନ୍ର କପ୍ରିନ୍ ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଗୁଳିରେ ଜଣେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି ।
ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରର ସୋପିଆନ୍ ରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଜାମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ, ଶୋପିଆନ୍ର କପ୍ରିନ୍ ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଗୁଳିରେ ଜଣେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି । ଉଭୟ ପୋଲିସ ଏବଂ ସେନା ପକ୍ଷରୁ ମିଳିତ ଅପରେସନ୍ ଚଳାଇ ଆତଙ୍କବାଦୀଙ୍କ ଉପରେ ଏକକାଳୀନ ଜବାବ ଦେଉଛନ୍ତି । ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି । ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଜମ୍ମୁ-କାଶ୍ମୀର ପୋଲିସ ସୂଚନା ଦେଇଛି ଯେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ଜଣେ ସଦସ୍ୟ ନିହତ ହୋଇଛି । ନିହତ ଆତଙ୍କବାଦୀ କାମରାନ୍ ଭୋଇ ଓରଫ୍ ହନିସ୍ ବୋଲି ଜଣାପଡିଛି । ଏହି ଆତଙ୍କବାଦୀ କୁଲଗାମ-ସୋପିଆନ୍ ଅଞ୍ଚଳରେ ସକ୍ରିୟ ଥିଲା । ବର୍ତ୍ତମାନ ସେନା ଏବଂ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଜାରି ରଖିବେ ।












Click it and Unblock the Notifications