Get Updates
Get notified of breaking news, exclusive insights, and must-see stories!

ବିଦେଶରେ ବିକ୍ରି ହେଉଥିଲା ଅର୍ଥ ମନ୍ତ୍ରଣାଳୟର ଗୁପ୍ତ ସୂଚନା, ଗିରଫ ହେଲେ କର୍ମଚାରୀ

ବିଦେଶରେ ବିକ୍ରି ହେଉଥିଲା ଅର୍ଥ ମନ୍ତ୍ରଣାଳୟର ତଥ୍ୟ । ଅନେକ ଗୁପ୍ତ ତଥ୍ୟ ବିଦେଶକୁ ପଠାଯାଉଥିଲା । ବର୍ତ୍ତମାନ ଦିଲ୍ଲୀ ପୋଲିସ ଏହି ଘଟଣାର ଖୁଲାସା କରିଛି । ଜଣେ କର୍ମଚାରୀଙ୍କୁ ମଧ୍ୟ ଗିରଫ କରାଯାଇଛି ।

finance ministry

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟର ସୁରକ୍ଷାରେ ହୋଇଛି ବଡ଼ ତ୍ରୁଟି । ବିଦେଶରେ ବିକ୍ରି ହେଉଥିଲା ଅର୍ଥ ମନ୍ତ୍ରଣାଳୟର ତଥ୍ୟ । ଅନେକ ଗୁପ୍ତ ତଥ୍ୟ ବିଦେଶକୁ ପଠାଯାଉଥିଲା । ବର୍ତ୍ତମାନ ଦିଲ୍ଲୀ ପୋଲିସ ଏହି ଘଟଣାର ଖୁଲାସା କରିଛି । ଜଣେ କର୍ମଚାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଅଭିଯୁକ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ଡାଟା ଏଣ୍ଟ୍ରି ଭାବରେ ଅର୍ଥ ମନ୍ତ୍ରଣାଳୟରେ ନିଯୁକ୍ତ ହୋଇଥିଲେ । ବର୍ତ୍ତମାନ ତାଙ୍କୁ ପଚରାଉଚରା କରି ଅନ୍ୟ ଲୋକଙ୍କ ବିଷୟରେ ସୂଚନା ବାହାର କରାଯାଉଛି ।
ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଏହି ମାମଲା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଥିଲା । ଏହା ପରେ ଦିଲ୍ଲୀ ପୋଲିସ୍ ଟିମ୍ ମନ୍ତ୍ରଣାଳୟର ଗୁପ୍ତ ତଥ୍ୟ ଲିକ୍ କରୁଥିବା ନେଟୱର୍କ ଉପରେ ଚଢାଉ କରିଥିଲା । ଏହା ପରେ କର୍ମଚାରୀ ସୁମିତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ନିକଟରୁ ପୋଲିସ୍ ଏକ ଫୋନ୍ ଜବତ କରିଛି । ଏହି ଫୋନ୍ ବ୍ୟବହାର କରି ସେ ଗୁପ୍ତ ସୂଚନା ପଠାଉଥିଲା । ଗିରଫ ଅଭିଯୁକ୍ତ ବିରୋଧରେ ଅଧିକାରୀକ ଗୋପନୀୟତା ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି ।

କିନ୍ତୁ ଅଭିଯୁକ୍ତ ଏପର୍ଯ୍ୟନ୍ତ କାହାକୁ କେଉଁ ତଥ୍ୟ ପଠାଇଛି ତାହା ଜାଣିବାକୁ ଦିଲ୍ଲୀ ପୋଲିସ ଚେଷ୍ଟା କରୁଛି । ସୂଚନାନୁସାରେ, ମନ୍ତ୍ରଣାଳୟରେ ନିଯୁକ୍ତ ଅନ୍ୟ କର୍ମଚାରୀଙ୍କ ମଧ୍ୟ ଯାଞ୍ଚ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+