ଏଣିକି ଅଫିସରେ କର୍ମଚାରୀ କରିପାରିବେ ଯୋଗ, ମିଳିବ ଯୋଗ ବ୍ରେକ୍

ନୂଆଦିଲ୍ଲୀ: ଅଫିସରେ କାର୍ଯ୍ୟବାରରୁ ଆଶ୍ୱସ୍ତି ଓ ମାନସିକ ଶାନ୍ତି ପାଇଁ କର୍ମଚାରୀ କରିବେ ଯୋଗ । ଏହା ପୁଣି ଅଫସିରେ ଡ୍ୟୁଟି ସମୟ ମଧ୍ୟରେ । ଏ ନେଇ ନିୟମ ଲାଗୁ କରୁଛନ୍ତି କେନ୍ଦର ସରକାର । ଫଲରେ କର୍ମଚାରୀ ଚାପମୁକ୍ତ ହୋଇପାରିବେ । ଯାହା ଦ୍ୱାରା ଖୁସି ମନରେ କାମ କରିବା ସହ ସେମାନଙ୍କର ଦକ୍ଷତା ଅଧିକ ବୃଦ୍ଧି ପାଇବ ।
କେନ୍ଦ୍ର ସରକାରଙ୍କ ତରଫରୁ ନିଆଯାଇଥିବା ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । କର୍ମଚାରୀମାନେ ଅଫିସ ଚେୟାରରେ ବସି ଯୋଗ କରିପାରିବେ । ଏହାକୁ ଯୋଗ ବ୍ରେକ ବା Y-ବ୍ରେକ କୁହାଯିବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ କର୍ମଚାରୀଙ୍କ ମହଲରେ ସ୍ୱାଗତ କରାଯାଇଛି ।କର୍ମଚାରୀଙ୍କୁ ଅଫିସ ସମୟରେ ଚାପମୁକ୍ତ କରାଇବା ଲକ୍ଷ୍ୟ ନେଇ ଆୟୁଷ ମନ୍ତ୍ରଣାଳୟ ତରଫରୁ କେନ୍ଦ୍ର ସରକାରଙ୍କୁ ଏହି ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରୋଟୋକଲର ଫିଡବ୍ୟାକ ସମସ୍ତଙ୍କୁ ଉତ୍ସାହିତ କରିଛି ।
ଦ ମୋରାରଜି ଦେଶାଇ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ୟୋଗା ଏବଂ ଆୟୁଷ ମନ୍ତ୍ରାଳୟ ମିଳିତ ଭାବେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଅଫିସ୍ କାମ ମଧ୍ୟରେ କର୍ମଚାରୀମାନେ ନିଜ ପାଇଁ ସମୟ ବାହାର କରିପାରୁ ନଥିବାରୁ ଏ ନେଇ ଯୋଜନା କରାଯାଇଛି । ଅଫିସରେ ଯୋଗ ଅଭ୍ୟାସ କରିବାକୁ ସମସ୍ତଙ୍କୁ ସୁଯୋଗ ମିଳିବା କଥା ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ତେବେ 12 ଜୁନ୍ଠାରୁ କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗ ଏହି Y-Break ନିୟମ ପାଳନ କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି । ଏନେଇ ସମସ୍ତ ବିଭାଗର ମନ୍ତ୍ରୀମାନଙ୍କୁ ଯୋଗାଯୋଗ କରାଯାଇଛି । ଖାଲି ସେତିକି ନୁହେଁ ଏହା ଉପରେ ସମସ୍ତେ ନିଜ ନିଜର ମତାମତ ଦେବାକୁ ମଧ୍ୟ କୁହାଯାଇଛି ।












Click it and Unblock the Notifications