ଭାରତ-ପାକ୍ ସୀମା ନିକଟରେ ପ୍ରସ୍ତୁତ ଜରୁରୀକାଳୀନ ଅବତରଣ କ୍ଷେତ୍ର, ଉଦଘାଟନ କରିବେ ରାଜନାଥ ସିଂ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଆଜି ରାଜସ୍ଥାନର ବାଡ଼ମେର୍ ନିକଟରେ NH-925A ରେ ଜରୁରୀକାଳୀନ ଅବତରଣ ସୁବିଧା ଉଦଘାଟନ କରିବେ ।
ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଆଜି ରାଜସ୍ଥାନର ବାଡ଼ମେର୍ ନିକଟରେ NH-925A ରେ ଜରୁରୀକାଳୀନ ଅବତରଣ ସୁବିଧା ଉଦଘାଟନ କରିବେ । ଅଧିକାରୀଙ୍କ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ, ଭାରତୀୟ ବାୟୁସେନାର ଜରୁରୀକାଳୀନ ଅବତରଣ ସୁବିଧାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ ପ୍ରାଧିକରଣ 3 କିଲୋମିଟର ଲମ୍ବା NH-925A ର ସଟ୍ଟା-ଗନ୍ଧବ ଷ୍ଟ୍ରେଚ୍ ଉପରେ ରନୱେ ନିର୍ମାଣ କରିଛି । କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ନିତିନ ଗଡକରୀଙ୍କ ସହ ଏହି ଜରୁରୀକାଳୀନ ଅବତରଣ କ୍ଷେତ୍ରର ଉଦଘାଟନ କରିବେ ।

ଏହି ପ୍ରକଳ୍ପଟି ଭାରତମାଲା ପ୍ରକଳ୍ପ ଅନ୍ତର୍ଗତ ଗାଗରିଆ-ବଖାସର ଏବଂ ସଟ୍ଟା-ଗନ୍ଧବ ବିଭାଗର ନୂତନ ବିକଶିତ ଦୁଇ-ଲେନ ବିଶିଷ୍ଟ ପକ୍କା ରାସ୍ତାରେ ଏକ ଅଂଶ, ଯାହାର ମୋଟ ଲମ୍ବ 196.97 କିଲୋମିଟର ଏବଂ ଏଥିରେ ଖର୍ଚ୍ଚ ହୋଇଛି 765.52 କୋଟି ଟଙ୍କା । ଜରୁରୀକାଳୀନ ଲ୍ୟାଣ୍ଡିଂ ଫିଲ୍ଡର ଉଦଘାଟନ କରିବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ବାୟୁସେନାର ତିନିଟି ଯୁଦ୍ଧ ବିମାନ ରିହର୍ସାଲ କରିଥିଲେ । ହର୍କ୍ୟୁଲସ୍ ବିମାନର ପ୍ରଥମ ଜରୁରୀ ଅବତରଣ ଏୟାରଷ୍ଟ୍ରିପରେ କରାଯାଇଥିଲା, ପରେ ସୁଖୋଇ, ମିଗ୍ ଏବଂ ଅଗସ୍ତା ହେଲିକପ୍ଟରରୁ ଅବତରଣ ଅଭ୍ୟାସ କରାଯାଇଥିଲା ।
ରାଜସ୍ଥାନର ବାଡ଼ମେର୍ ନିକଟରେ ନିର୍ମିତ ଏହି ଜରୁରୀକାଳୀନ ଅବତରଣ କ୍ଷେତ୍ର ଭାରତ-ପାକିସ୍ଥାନ ସୀମାଠାରୁ 40 କିଲୋମିଟର ଦୂରରେ । ଭବିଷ୍ୟତରେ ଯେକୌଣସି ଯୁଦ୍ଧ କିମ୍ବା ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଏହି କ୍ଷେତ୍ର ପ୍ରସ୍ତୁତ ହୋଇଛି । ଜଣେ ଅଧିକାରୀ କହିଛନ୍ତି ଯେ ଏହି ପ୍ରକଳ୍ପ ଅନ୍ତର୍ଜାତୀୟ ସୀମାରେ ଅବସ୍ଥିତ ବାଡ଼ମେର୍ ଏବଂ ଜାଲୌର ଜିଲ୍ଲାର ଗ୍ରାମ ମଧ୍ୟରେ ସଂଯୋଗକୁ ସୁଦୃଢ କରିବ, ଏହା ଭିତ୍ତିଭୂମିକୁ ମଜବୁତ କରିବା ସହିତ ଭାରତୀୟ ସେନାର ସଜାଗତାକୁ ମଧ୍ୟ ସୁଗମ କରିବ । ଏହି ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ଭାରତୀୟ ବାୟୁସେନା ଦ୍ୱାରା ଜରୁରୀକାଳୀନ ଅବତରଣ ପାଇଁ ଜାତୀୟ ରାଜପଥ ପ୍ରଥମ ଥର ପାଇଁ ବ୍ୟବହୃତ ହେବ ।
-
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ












Click it and Unblock the Notifications