Get Updates
Get notified of breaking news, exclusive insights, and must-see stories!

ଟ୍ୱିଟର ସମ୍ମୁଖରେ ଏଲନ୍ ମସ୍କଙ୍କ ସର୍ତ୍ତ, ପୂରଣ ନହେଲେ କିଣିବେନି ଟ୍ୱିଟର୍

ଏଲନ୍ ମସ୍କ କହିଛନ୍ତି ଯେ କମ୍ପାନୀ ଏହାର ପ୍ଲାଟଫର୍ମରେ 5 ପ୍ରତିଶତରୁ କମ୍ ସ୍ପାମ୍ ଆକାଉଣ୍ଟ୍ ନ ହେବା ଯାଏଁ ସେ କମ୍ପାନୀର ଡିଲ୍ ପୂରା କରିବେ ନାହିଁ ।

ୱାଶିଂଟନ୍ : ଟ୍ୱିଟର୍ କିଣିବା ପାଇଁ ନେଇ ଏଲନ୍ ମସ୍କଙ୍କ ସାମ୍ନାରେ ଏକ ନୂଆ ସମସ୍ୟା ଦେଖାଦେଇଛି । ଏହି ସମସ୍ୟା ଅନ୍ୟ କେହି ନୁହଁ ବରଂ ନିଜେ ଏଲନ୍ ମସ୍କ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ଏଲନ୍ ଟ୍ୱିଟର୍ ସାମ୍ନାରେ କିଚି ସର୍ତ୍ତ ରଖିଛନ୍ତି ଏବଂ ଏହା ପୂରଣ ହେଲେ ହିଁ ସେ ଟ୍ୱିଟର୍ କିଣିବେ ବୋଲି ସ୍ପଷ୍ଟ କରିଛନ୍ତି । ଏଲନ୍ ମସ୍କ କହିଛନ୍ତି ଯେ କମ୍ପାନୀ ଏହାର ପ୍ଲାଟଫର୍ମରେ 5 ପ୍ରତିଶତରୁ କମ୍ ସ୍ପାମ୍ ଆକାଉଣ୍ଟ୍ ନ ହେବା ଯାଏଁ ସେ କମ୍ପାନୀର ଡିଲ୍ ପୂରା କରିବେ ନାହିଁ ।

Elon Musk - twitter

ଏହି ସମସ୍ୟା ସେତେବେଳେ ଦେଖାଦେଲା ଯେତେବେଳେ ଏଲନ୍ ମସ୍କ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲଙ୍କ ଦାବିକୁ ଖଣ୍ଡନ କରି କହିଥିଲେ ମାଇକ୍ରୋବ୍ଲଗିଂ ୱେବସାଇଟରେ ଅତି କମରେ 20 ପ୍ରତିଶତ ସ୍ପାମ୍ ଆକାଉଣ୍ଟ ଅଛି । ଗତ ସପ୍ତାହରେ ପ୍ରକାଶିତ ଏକ ରିପୋର୍ଟରେ ଟ୍ୱିଟର କହିଛି ଯେ ଏହି ତ୍ରୟମାସରେ ମାଇକ୍ରୋବ୍ଲଗିଂ ୱେବସାଇଟରେ 5 ପ୍ରତିଶତ ସ୍ପାମ୍ ଆକାଉଣ୍ଟ ରହିଥିଲା । ଟ୍ୱିଟରର ଦାବିକୁ ଖମ୍ଡନ କରି ଟେସଲା ସିଇଓ ଏହି ଡିଲକୁ କାଏମ୍ ରଖିଛନ୍ତି । ତେବେ, ମସ୍କ ପରେ ସ୍ପଷ୍ଟ କରିଛି ଯେ ସେ ଟ୍ୱିଟର କିଣିବା ପାଇଁ ପ୍ରତିଶ୍ରୁତିବଦ୍ଧ ।

ମସ୍କ ଏପରି କରୁଛନ୍ତି ଯାହା ଦ୍ୱାରା ସେ ଟ୍ୱିଟରର ଡିଲ୍ ତାଙ୍କ ପୂର୍ବ ଅଫର୍ ଠାରୁ କମ୍ ମୂଲ୍ୟରେ କରିପାରିବେ ବୋଲି କୁହାଯାଉଛି । ବିଲିୟନେୟାର ଉଦ୍ୟୋଗୀ ଏଲନ୍ ମସ୍କ ଗତ ମାସରେ 44 ବିଲିୟନ ଡଲାରରେ ଟ୍ୱିଟର କିଣିବାକୁ ପ୍ରସ୍ତାବ ଦେଇଥିଲେ । ଯଦିଓ ଟ୍ୱିଟର ବୋର୍ଡ ମସ୍କକୁ ରୋକିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲା, କିନ୍ତୁ ବିଫଳ ହୋଇଥିଲା । ସେତେବେଳେ ଟ୍ୱିଟର ପାଇଁ ଏହି ମୂଲ୍ୟ ଅଧିକ ବୋଲି ବିଶେଷଜ୍ଞମାନେ କହିଥିଲେ ।

କାରଣ ଟ୍ୱିଟର୍ କିଣିବା ଲାଗି ମସ୍କ ଯେତେବେଳେ ବୁଝାମଣା ବିଷୟରେ ଘୋଷଣା କରିଥିଲେ ସେହି ସମୟରେ କମ୍ପାନୀର ସେୟାର ମୂଲ୍ୟ 57.2 ଡଲାର ଥିଲା । ଏବେ ତାହା 38.06 ଡଲାରକୁ ଖସିଆସିଛି । ଟ୍ୱିଟରକୁ ହାତେଇବା ପାଇଁ ପାଇଁ କମ୍ ମୂଲ୍ୟ ଦେବାକୁ ମସ୍କ ଏଭଳି ଚାପ ପକାଉଥିବା କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+