ପିଏମ ମୋଦୀଙ୍କୁ ଫଲୋ କରୁଛନ୍ତି ଟ୍ୱିଟର ମାଲିକ ଏଲନ୍ ମସ୍କ
ସୋଶାଲ ନେଟୱର୍କ ୱେବସାଇଟ୍ ଟ୍ୱିଟରର ମାଲିକ ଏଲନ୍ ମସ୍କ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫଲୋ କରିଛନ୍ତି । ଏଲୋନ୍ ମସ୍କଙ୍କ ଟ୍ୱିଟର ଆକାଉଣ୍ଟରେ କାର୍ଯ୍ୟକଳାପକୁ ଟ୍ରାକ୍ କରୁଥିବା ଟ୍ୱିଟର୍ ଆକାଉଣ୍ଟ ଏଲୋନ୍ ଆଲର୍ଟ ଏ ନେଇ ସୂଚନା ଦେଇଛି ।
ଏଲୋନ୍ ମସ୍କ ବର୍ତ୍ତମାନ 194 ଜଣଙ୍କୁ ଫଲୋ କରୁଛନ୍ତି । 134.3 ନିୟୁତ ଫଲୋର୍ସ ଥିବା ଏଲୋନ୍ ମସ୍କ ହେଉଛନ୍ତି ସର୍ବାଧିକ ଫଲୋ ହେଉଥିବା ବ୍ୟକ୍ତି । ମାର୍ଚ୍ଚରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ପଛରେ ପକାଇ ଏଲନ୍ ମସ୍କ ଏହି ସଫଳତା ହାସଲ କରିଥିଲେ ।

ଆପଣଙ୍କୁ କହି ରଖୁଛୁ ଏଲନ୍ ମସ୍କ ଦୁନିଆର କେତେକ ପ୍ରତିଭାଶାଳୀ ତଥା ବଡ଼ ବଡ଼ ଲୋକଙ୍କୁ ଫଲୋ କରନ୍ତି । ସେ ଫଲୋ କରୁଥିବା ଲୋକଙ୍କ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ, ମାଇକ୍ରୋସଫ୍ଟ ଚେୟାରମ୍ୟାନ୍ ତଥା ସିଇଓ ସତ୍ୟ ନାଡେଲା, କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ, ଆପଲ୍ ସିଇଓ ଟିମ୍ କୁକ୍, ଲେଖକ ଜେ.କେ ରୋୱଲିଂ ଅଛନ୍ତି ।
Elon Musk is now following Narendra Modi (@narendramodi)
— ELON ALERTS (@elon_alerts) April 10, 2023
ଏହି ତାଲିକାରେ, କେବଳ 3 ଜଣ ବିଶ୍ୱସ୍ତରୀୟ ନେତାଙ୍କ ନାମ ଅଛି ଯାହାଙ୍କୁ ଏଲନ୍ ମସ୍କ ଫଲୋ କରନ୍ତି । ବାରାକ ଓବାମା ଆଉ ରାଜନୀତିରେ ସକ୍ରିୟ ନ ଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ହେଉଛନ୍ତି ଏକମାତ୍ର ନେତା ଯାହାକୁ ଏଲନ୍ ମସ୍କ ଟ୍ୱିଟରରେ ଫଲୋ କରୁଛନ୍ତି । ଉଲ୍ଲେଖନୀୟ କଥା ହେଉଛି, ଏଲନ୍ ମସ୍କ ଆମେରିକାର ଦୁଇ ବରିଷ୍ଠ ନେତା ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଫଲୋ କରନ୍ତି ନାହିଁ ।
ମସ୍କ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫଲୋ କରିବା ପରେ ସୋଶାଲ ମିଡିଆରେ ଏହାକୁ ନେଇ ଆଲୋଚନା ତୀବ୍ର ହେବାରେ ଲାଗିଛି ଯେ ଟେସଲା ଶୀଘ୍ର ଭାରତରେ ପ୍ରବେଶ କରିପାରେ । ଟେସଲା ହେଉଛି ଏଲନ୍ ମସ୍କଙ୍କ ଅଟୋମୋବାଇଲ୍ କମ୍ପାନୀ, ଯାହା ଇଲେକ୍ଟ୍ରିକ୍ କାର୍ ଉତ୍ପାଦନ କରେ ।
-
ଭାରତରେ ବଢ଼ିଲା ପେଟ୍ରୋଲ ଦାମ୍, ଆଜିଠାରୁ ପ୍ରତି ଲିଟର ପିଛା... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍












Click it and Unblock the Notifications