କେଇ ମିନିଟର ବିଳମ୍ବ ପାଇଁ ଚାଲିଗଲା 11 ଜୀବନ
ଡାକ୍ତରଖାନାରେ ଅକ୍ସିଜେନ ପହଞ୍ଚିବାରେ ହୋଇଗଲା ସାମାନ୍ୟ ବିଳମ୍ବ । ଛଟପଟ ହୋଇ ଆଖି ବୁଜିଦେଲେ 11 କରୋନା ରୋଗୀ । ଏପରି ଏକ ଦୁଃଖଦ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ତିରୁପତି ସ୍ଥିତ ଭେଙ୍କଟେଶ୍ୱର ରାମନାରାୟଣ ରୁଇୟା ସରକାରୀ ଡାକ୍ତରଖାନାରେ ।
ନୂଆଦିଲ୍ଲୀ : ଡାକ୍ତରଖାନାରେ ଅକ୍ସିଜେନ ପହଞ୍ଚିବାରେ ହୋଇଗଲା ସାମାନ୍ୟ ବିଳମ୍ବ । ଛଟପଟ ହୋଇ ଆଖି ବୁଜିଦେଲେ 11 କରୋନା ରୋଗୀ । ଏପରି ଏକ ଦୁଃଖଦ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ତିରୁପତି ସ୍ଥିତ ଭେଙ୍କଟେଶ୍ୱର ରାମନାରାୟଣ ରୁଇୟା ସରକାରୀ ଡାକ୍ତରଖାନାରେ । ଜାତୀୟ ଗଣମାଧ୍ୟମ ସୂତ୍ର ଅନୁସାରେ, ଗ୍ୟାସ ଟ୍ୟାଙ୍କର ପହଞ୍ଚିବାରେ ମାତ୍ର କେଇ ମିନିଟ୍ର ବିଳମ୍ବ ଯୋଗୁ ଏତେବଡ ଦୁର୍ଘଟଣା ଘଟିଗଲା । ଘଟଣା ଘଟିଛି ସୋମବାରର ଦିନ ।

ସୂଚନାଯୋଗ୍ୟ, ଘଟଣାର କିଛି ସମୟ ପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି କୋଭିଡ ସ୍ଥିତିକୁ ନେଇ ଏକ ସମୀକ୍ଷା ବୈଠକ ଡକାଇଥିଲେ । ସମୀକ୍ଷା ବୈଠକ ପରେ ପରେ ହିଁ ଏହି ଦୁର୍ଘଟଣା ଘଟିଛି । ଜିଲ୍ଲାପାଳ ଏମ.ହରି ନାରାୟଣ ସୂଚନା ଦେଇ କହିଛନ୍ତି, ଅକ୍ସିଜେନ ସପୋର୍ଟରେ ଥିବା 11 ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ସେ କହିଛନ୍ତି, ତିରୁପତ, ଚିତ୍ତୁର, ନେଲ୍ଲୋର ଏବଂ କାଡ଼ାପା ହସପିଟାଲ୍ରେ ପ୍ରାୟ 1 ହଜାର କୋଭିଡ ରୋଗୀଙ୍କର ଚିକିତ୍ସା ଚାଲିଛି । ଆନ୍ଧ୍ର ପ୍ରଦେଶ ବର୍ତ୍ତମାନ ସୁଦ୍ଧା 13 ଲକ୍ଷ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜିଲ୍ଲାପାଳଙ୍କ କହିବା ଅନୁଯାୟୀ, ଡାକ୍ତରଖାନା ପାଖରେ ଗୋଟିଏ ସିଲିଣ୍ଡର ଟ୍ୟାଙ୍କର ଅଛି । ଆଉ ଗୋଟିଏ ସକାଳେ ପହଞ୍ଚିବ । ହେଲେ ତା ପୂର୍ବରୁ ଚାଲିଗଲା ଏତେ ଜୀବନ । ମୃତକଙ୍କ ମଧ୍ୟରୁ 9 ଜଣ କୋଭିଡ ଆକ୍ରାନ୍ତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ନନ କୋଭିଡ ପେସେଣ୍ଟ । ଏହାବ୍ୟତୀତ ଆଉ 5 ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ ପାଇଛି ।
Video being shared alleging that deaths may have happened at #Tirupati #RuiaHospital because of #OxygenShortage allegedly for 45 minutes; reports that medical staff literally hid / ran away rather than face ire of patient-attenders; no official confirmation #AP @ndtv @ndtvindia pic.twitter.com/0xdOrTqHMm
— Uma Sudhir (@umasudhir) May 10, 2021
ଋିପୋର୍ଟ ଅନୁସାରେ, ସୋମବାର ରାତି ପ୍ରାୟ ସାଢେ 8 ଟାବେଳକୁ ଅକ୍ସଜେନ ପ୍ରେସର କମିବାକୁ ଲାଗିଲା । ହେଲେ ଅକ୍ସଜେନ ସପ୍ଲାଇ ହେବା ପୂର୍ବରୁ 11 ଜଣ ରୋଗୀଙ୍କ ଜୀବନ ଚାଲିଯାଇଥିଲା । ଏପରି ଅଘଟଣ ପରେ ଉତ୍ତ୍ୟକ୍ତ ପରିବାର ଲୋକ ଆଇସିୟୁ ଭିତରକୁ ପଶି ପାଟିତୁଣ୍ଡ କରିଛନ୍ତି । ଏପରିକି ଜିନିଷପତ୍ର ଭଙ୍ଗାରୁଜା ବି କରିଛନ୍ତି । ଅଧିକାରୀଙ୍କ କହିବା ଅନୁଯାୟୀ, ଆଇସିୟୁରେ ଥିବା ଡାକ୍ତର ଓ ନର୍ସ ଉତ୍ତ୍ୟକ୍ତ ଲୋକଙ୍କୁ ଦେଖି ଜୀବନ ବିକଳରେ ସେଠାରୁ ପଳାଇ ଯାଇଥିଲେ । ପୋଲିସ ଆସିବା ପରେ ସେମାନେ ଫେରିଥିଲେ ।












Click it and Unblock the Notifications