Get Updates
Get notified of breaking news, exclusive insights, and must-see stories!

Lok Sabha Election 2024: ଏହି ତାରିଖରେ ହେବ ନିର୍ବାଚନ ! ସୋସିଆଲ ମିଡ଼ିଆ ଖବରକୁ ନେଇ ସ୍ପଷ୍ଟ କଲା ECI

Lok Sabha Election 2024: ଆଉ କିଛି ଦିନ ପରେ ଲୋକସଭା ନିର୍ବାଚନ । ଏହାକୁ ନେଇ ସାରା ଦେଶରେ ଲାଗି ରହିଛି ନିର୍ବାଚନୀ ମାହୋଲ । ତେବେ କେଉଁ ତାରିଖରେ ନିର୍ବାଚନ ହେବ ? ଭୋଟ୍ ଗଣତି କେବେ ହେବ ? ସେ ନେଇ ସମସ୍ତଙ୍କ ମନରେ ରହିଛି ଅନେକ ପ୍ରଶ୍ନ । ଦେଶର ଲୋକସଭା ନିର୍ବାଚନ ଓ କେତେକ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଦଳମାନେ ପ୍ରସ୍ତୁତ ହେଉଥିବା ବେଳେ ନିର୍ବାଚନ ତାରିଖକୁ ନେଇ ରହିଛି ସସପେନ୍ସ ।

lok sabha election - fake news

ନିର୍ବାଚନ ତାରିଖ ନେଇ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । କିନ୍ତୁ ସୋସିଆଲ ମିଡିଆରେ ନିର୍ବାଚନ ତାରିଖକୁ ନେଇ ଏକ ବିଜ୍ଞପ୍ତି ଘୂରି ବୁଲିଛି । ଏହି ବିଜ୍ଞପ୍ତି ଅନୁଯାୟୀ, 12 ମାର୍ଚ୍ଚରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି, ପ୍ରାର୍ଥିପତ୍ର ଦାଖଲ ତାରିଖ 18 ମାର୍ଚ୍ଚ ରହିଛି । ସେହିପରି ଭୋଟଦାନ ତାରିଖ 19 ଅପ୍ରେଲ ରହିଥିବାବେଳେ ଭୋଟ ଗଣତି 22 ମେ' ରହିଛି ।

ଏଥିରେ ଭାରତ ନିର୍ବାଚନ କମିଶନରଙ୍କ ଲୋଗୋ ସହିତ ଏହି ତାଲିକା ପ୍ରକାଶ ପାଇଛି । ଯାହାକୁ ନେଇ ଭାରତୀୟ ନିର୍ବାଚନ କମିଶନର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତେବେ ଏହି ବିଜ୍ଞପ୍ତିଟି ସମ୍ପୂର୍ଣ୍ଣ ଫେକ୍ ବୋଲି ସୋସିଆଲ ମିଡିଆ 'ଏକ୍ସ' ରେ ସ୍ପଷ୍ଟ କରିଛି ନିର୍ବାଚନ କମିଶନ । ଏହିପରି ଫେକ୍ ବିଜ୍ଞପ୍ତିରୁ ଦୂରେଇ ରହିବାକୁ ଇସିଆଇ ପକ୍ଷରୁ କୁହାଯାଇଛି । ତେବେ ଏପରି ବିଭ୍ରାନ୍ତ ଖବର କିଏ ପୋଷ୍ଟିଂ କଲା ତାହା ତଦନ୍ତ କରାଯିବ ବୋଲି ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+