Get Updates
Get notified of breaking news, exclusive insights, and must-see stories!

ଘୋଷଣା ହେଲା ରାଷ୍ଟ୍ରପତି ନିର୍ବାଚନ ତାରିଖ, 18 ରେ ହେବ ମତଦାନ

ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଜୁଲାଇ 18 ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବ । ଏହା ପୂର୍ବରୁ ଜୁନ୍ 15 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ରହିଛି 29 ଜୁନ୍ ।

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ନେଇ ଆଜି ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଅପରାହ୍ନ 3 ଟାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ଏନେଇ ସୂଚନା ଦେଇଛନ୍ତି । ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି ।

president election

ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଜୁଲାଇ 18 ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବ । ଏହା ପୂର୍ବରୁ ଜୁନ୍ 15 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ରହିଛି 29 ଜୁନ୍ । 30 ଜୁନ ରେ ନାମାହ୍କ ପତ୍ର ଯାଞ୍ଚ ହେବ । ପ୍ରାର୍ଥୀ ଜୁଲାଇ 7 ତାରିଖରେ ନିଜର ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଏହା ପରେ ଜୁଲାଇ 21 ତାରିଖରେ ଭୋଟ୍ ଗଣନା ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଭାରତର ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ମାସ ଜୁଲାଇ 24 ରେ ଶେଷ ହେବ । ଏହା ପୂର୍ବରୁ ଦେଶର ନୂତନ ରାଷ୍ଟ୍ରପତି ନିର୍ବାଚନ କରାଯିବ । ରାଷ୍ଟ୍ରପତି ନିର୍ବାଚନରେ ସଂସଦର ଉଭୟ ଗୃହ (ରାଜ୍ୟସଭା ଓ ଲୋକସଭା) ର ସଦସ୍ୟଙ୍କ ସମେତ ରାଜ୍ୟର ବିଧାନସଭାର ନିର୍ବାଚିତ ସଦସ୍ୟ, ଜାତୀୟ ରାଜଧାନୀ ଦିଲ୍ଲୀର ବିଧାୟକ ଏବଂ କେନ୍ଦ୍ର ଶାସିତ ଅଞ୍ଚଲର ସଦସ୍ୟମାନେ ଭୋଟ୍ ଦେବେ । ରାଷ୍ଟ୍ରପତି ନିର୍ବାଚନରେ ମନୋନୀତ ସଦସ୍ୟଙ୍କ ଭୋଟ୍ ଦେବାର ଅଧିକାର ନାହିଁ ।

ଚଳିତ ରାଷ୍ଟ୍ରପତି ନିର୍ବାଚନରେ ମୋଟ 4809 ଜଣ ମତଦାନ କରିପାରିବେ । ସେଥିମଧ୍ୟରୁ ସଂସଦର ଉଭୟ ଗୃହର 776 ଜଣ ନିର୍ବାଚିତ ସଦସ୍ୟ ଏବଂ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ସାସିତ ଅଞ୍ଚଳ ବିଧାନସଭାର 4033 ବିଧାୟକ ଅଛନ୍ତି । 776 ଜଣ ସାଂସଦଙ୍କର ମୋଟ 5 ଲକ୍ଷ 43 ହଜାର 200 ଭୋଟ୍ ଥିବା ବେଳେ 4033 ବିଧାୟକଙ୍କ ଭୋଟର ମୂଲ୍ୟ ରହିଛି 5 ଲକ୍ଷ 43 ହଜାର 231 ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+