Get Updates
Get notified of breaking news, exclusive insights, and must-see stories!

ପ୍ରାର୍ଥୀ ଏବଂ ଏଜେଣ୍ଟମାନେ କୋଭିଡ ନକାରାତ୍ମକ ରିପୋର୍ଟ ବିନା ଗଣନା କେନ୍ଦ୍ରକୁ ଆସିପାରିବେ ନାହିଁ : ନିର୍ବାଚନ ଆୟୋଗ

ବୁଧବାର ଦିନ କମିଶନ ଏକ ଗାଇଡଲାଇନ ଜାରି କରି କହିଛି ଯେ, ପ୍ରାର୍ଥୀ ଏବଂ ସେମାନଙ୍କ ଏଜେଣ୍ଟମାନେ ଆରଟି- PCR ପରୀକ୍ଷଣର ନକାରାତ୍ମକ ରିପୋର୍ଟ କିମ୍ବା ଗଣନା କେନ୍ଦ୍ରରେ ପ୍ରବେଶ ପାଇଁ ସମ୍ପୂର୍ଣ୍ଣ ଟୀକାକରଣ ରିପୋର୍ଟ ଥିବା ଆବଶ୍ୟକ ।

ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀ ସଂକ୍ରମଣ ସମୟରେ ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନର ଫଳାଫଳ 2 ମେ 2021 ରେ ଘୋଷଣା କରାଯିବ । ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଦିନ ପଶ୍ଚିମବଙ୍ଗରେ ଅଷ୍ଟମ ପର୍ଯ୍ୟାୟ ମତଦାନ ହେବ । ଏହି ପର୍ଯ୍ୟାୟ ମତଦାନ ଶେଷହେବା ପରେ ନିର୍ବାଚନ ଆୟୋଗ ଭୋଟ୍ ଗଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବେ । ଫଳାଫଳ ଦିନ କରୋନା ସଂକ୍ରମଣର ଆଶଙ୍କା ହ୍ରାସ କରିବାକୁ ଭାରତର ନିର୍ବାଚନ ଆୟୋଗ ଆଜି ନିର୍ବାଚନ ପାର୍ଟି ପ୍ରାର୍ଥୀ ଏବଂ ଏଜେଣ୍ଟମାନଙ୍କ ପାଇଁ ଏକ ନିର୍ଦ୍ଦେଶାବଳୀ ପ୍ରକାଶ କରିଛନ୍ତି ।

Election-commission-India

ସୂଚନାଯୋଗ୍ୟ, କରୋନା ସଙ୍କଟରେ ମଧ୍ୟ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ କରାଇବା ନେଇ ନିର୍ବାଚନ ଆୟୋଗ ପ୍ରଶ୍ନ ଘେରରେ ରହିଛନ୍ତି । ମାଡ୍ରାସ ହାଇକୋର୍ଟ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇଁ ଇସିଙ୍କୁ ତାଗିଦ୍ କରିଥିଲେ । ଏଭଳି ପରିସ୍ଥିତିରେ ନିର୍ବାଚନ ଦିନ ଗଣନା କେନ୍ଦ୍ର ବାହାରେ ଏକତ୍ରିତ ହେଉଥିବା ଭିଡ଼କୁ ଦୃଷ୍ଟିରେ ରଖି ଭାରତର ନିର୍ବାଚନ ଆୟୋଗ କଠୋର ନିଷ୍ପତ୍ତି ନେଇଛନ୍ତି । ବୁଧବାର ଦିନ କମିଶନ ଏକ ଗାଇଡଲାଇନ ଜାରି କରି କହିଛି ଯେ, ପ୍ରାର୍ଥୀ ଏବଂ ସେମାନଙ୍କ ଏଜେଣ୍ଟମାନେ ଆରଟି- PCR ପରୀକ୍ଷଣର ନକାରାତ୍ମକ ରିପୋର୍ଟ କିମ୍ବା ଗଣନା କେନ୍ଦ୍ରରେ ପ୍ରବେଶ ପାଇଁ ସମ୍ପୂର୍ଣ୍ଣ ଟୀକାକରଣ ରିପୋର୍ଟ ଥିବା ଆବଶ୍ୟକ । ରିପୋର୍ଟ ଦେଖାଇବା ପରେ ହିଁ ତାଙ୍କୁ ଗଣନା କେନ୍ଦ୍ରକୁ ଆସିବାକୁ ଅନୁମତି ଦିଆଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+