କୋଭିଶିଲ୍ଡ ଟିକାକୁ ନେଇ ଖୁସି ଖବର, 8 ଟି ୟୁରୋପୀୟ ଦେଶରୁ ମିଳିଲା ସବୁଜ ସଙ୍କେତ
ବର୍ତ୍ତମାନ ପର୍ଯ୍ୟନ୍ତ, ଟିକା ଅନୁମୋଦନ ନ ପାଇବା ୟୁରୋପ ଯାଉଥିବା ଲୋକଙ୍କ ପାଇଁ ଏକ ସମସ୍ୟା ଥିଲା, କିନ୍ତୁ ବର୍ତ୍ତମାନ ଆଠଟି ୟୁରୋପୀୟ ଦେଶ କୋଭିଶିଲ୍ଡ ଟିକା ନେଉଥିବା ଲୋକଙ୍କୁ ଦେଶକୁ ଆସିବାକୁ ଅନୁମତି ଦେଇଛନ୍ତି ।
ନୂଆଦିଲ୍ଲୀ : ୟୁରୋପ ଯିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ଶେଷ ହୋଇଛି । ୟୁରୋପୀୟ ୟୁନିଅନର ଆଠଟି ଦେଶ ଅଷ୍ଟ୍ରିଆ, ଜର୍ମାନୀ, ସ୍ଲୋଭେନିଆ, ଗ୍ରୀସ୍, ଆଇସଲ୍ୟାଣ୍ଡ, ଆୟର୍ଲାଣ୍ଡ, ନେଦରଲ୍ୟାଣ୍ଡ ଏବଂ ସ୍ପେନ ସହିତ ସ୍ୱିଜରଲ୍ୟାଣ୍ଡ ଭାରତରେ ନିର୍ମିତ କରୋନାଭାଇରସ୍ ଟିକା କୋଭିଶିଲ୍ଡକୁ ଅନୁମୋଦନ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ, ଟିକା ଅନୁମୋଦନ ନ ପାଇବା ୟୁରୋପ ଯାଉଥିବା ଲୋକଙ୍କ ପାଇଁ ଏକ ସମସ୍ୟା ଥିଲା, କିନ୍ତୁ ବର୍ତ୍ତମାନ ଆଠଟି ୟୁରୋପୀୟ ଦେଶ କୋଭିଶିଲ୍ଡ ଟିକା ନେଉଥିବା ଲୋକଙ୍କୁ ଦେଶକୁ ଆସିବାକୁ ଅନୁମତି ଦେଇଛନ୍ତି ।

ବିଶ୍ୱର ଅଧିକାଂଶ ଦେଶ ବର୍ତ୍ତମାନ ଟିକା ପାସପୋର୍ଟ ପ୍ରସ୍ତୁତ କରୁଛନ୍ତି ଏବଂ କେବଳ ସ୍ୱୀକୃତି ଦିଆଯାଇଥିବା ଟିକା ଗ୍ରହଣକାରୀଙ୍କୁ ଦେଶକୁ ଆସିବାକୁ ଅନୁମତି ଦେଉଛନ୍ତି । କିନ୍ତୁ କୋଭିଶିଲ୍ଡ ଟିକା ଏପର୍ଯ୍ୟନ୍ତ ୟୁରୋପୀୟ ଦେଶମାନଙ୍କ ଦ୍ୱାରା ଅନୁମୋଦିତ ହୋଇ ନଥିଲା । ତେଣୁ ୟୁରୋପ ଯାଉଥିବା ଲୋକଙ୍କ ପାଇଁ ଏକ ବଡ ସମସ୍ୟା ଥିଲା । ଭାରତର ଅଧିକାଂଶ ଲୋକଙ୍କୁ ଏପର୍ଯ୍ୟନ୍ତ କୋଭିଶିଲ୍ଡ କିମ୍ବା କୋଭାକ୍ସିନ୍ ଟିକା ଦିଆଯାଇଛି । ଅନ୍ୟ କୌଣସି ଦେଶରେ କୋଭାକ୍ସିନକୁ ଅନୁମତି ଦିଆଯାଇନଥିବାବେଳେ କୋଭିଶିଲ୍ଡ ମଧ୍ୟ ଅନୁମତି ନ ପାଇବା ଏକ ବଡ ସମସ୍ୟା ହୋଇଥିଲା । ଯାହାକି କୋଭିଶିଲ୍ଡକୁ ଅୁମୋଦନ ମିଳିବା ପରେ ସମସ୍ୟାର ସମାଧାନ ହୋଇଛି । ୟୁରୋପୀୟ ଦେଶ ଭ୍ରମଣ ପାଇଁ କୋଭିଶିଲ୍ଡ ଅନୁମୋଦନ ପାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ସମ୍ପ୍ରତି, କୌଣସି ଦେଶକୁ ଯାତ୍ରା କରିବା ପାଇଁ ଟିକା ପାସପୋର୍ଟ ଆବଶ୍ୟକ ରହିଛି ।
ସୋମବାର, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଆଦର ପୁନାୱାଲା ଟ୍ୱିଟ୍ କରି କହିଥିଲେ, "ମୁଁ ଅନୁଭବ କରିଛି ଯେ କୋଭିଶିଲ୍ଡ ନେଉଥିବା ଅନେକ ଭାରତୀୟଙ୍କୁ ୟୁରୋପୀୟ ଦେଶ ଗସ୍ତରେ ଅସୁବିଧା ହେଉଛି । ମୁଁ ଏହି ବିଷୟରେ ସମସ୍ତଙ୍କୁ ଆଶ୍ୱସ୍ତ କରୁଛି । ମୁଁ ଏହି ପ୍ରସଙ୍ଗକୁ ସର୍ବୋଚ୍ଚ ସ୍ତରରେ ନେଇଛି ଏବଂ ଆଶା କରୁଛି ଯେ ନିୟାମକ ଏବଂ ଦେଶମାନଙ୍କ ସହ କୂଟନୈତିକ ସ୍ତରରେ ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ।"
I realise that a lot of Indians who have taken COVISHIELD are facing issues with travel to the E.U., I assure everyone, I have taken this up at the highest levels and hope to resolve this matter soon, both with regulators and at a diplomatic level with countries.
— Adar Poonawalla (@adarpoonawalla) June 28, 2021
ଆମେ ଆପଣଙ୍କୁ କହି ରଖୁଛୁ ଯେ ଭାରତରୁ ବହୁ ସଂଖ୍ୟକ ଲୋକ ଚାକିରି କିମ୍ବା ଅଧ୍ୟୟନ ପାଇଁ ୟୁରୋପୀୟ ଦେଶକୁ ଯାତ୍ରା କରିବାକୁ ଚାହାଁନ୍ତି, କିନ୍ତୁ ପାସପୋର୍ଟ ସହିତ ଭାରତୀୟ ଟୀକାକୁ ସଂଯୋଗ କରିବାକୁ ଅନୁମତି ନ ମିଳିବା କରାଣରୁ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
ଉଲ୍ଲେଖନୀୟ ବିଷୟ ହେଉଛି, ବର୍ତ୍ତମାନ ଭାରତରେ ଚାରୋଟି କରୋନା ଟିକା ଅନୁମୋଦନ କରାଯାଇଛି । ଏଥିରେ ସ୍ୱଦେଶୀ କମ୍ପାନୀ ଭରତ ବାୟୋଟେକ୍ ର କୋଭାକ୍ସିନ୍ ଏବଂ ଆଷ୍ଟ୍ରା ଜେନେକାର କୋଭିଶିଲ୍ଡ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଜରୁରୀକାଳୀନ ବ୍ୟବହାର ପାଇଁ ରୁଷର ଟିକା ସ୍ପୁଟ୍ନିକ୍ ଭି ଏବଂ ମୋଡେର୍ନା ଟିକାକୁ ମଧ୍ୟ ଅନୁମୋଦନ କରାଯାଇଛି । COVID ଭ୍ୟାକ୍ସିନ୍ ପାସପୋର୍ଟ ହେଉଛି ଏକ ସୁବିଧା ଯେଉଁଥିରେ ଟିକା ର ଉଭୟ ଡୋଜ୍ ଏକ ଡିଜିଟାଲ୍ ପାସପୋର୍ଟ ସହିତ ସଂଯୁକ୍ତ ଏବଂ ବିଦେଶ ଯାତ୍ରା କରିବାକୁ ଅନୁମତି ଦେଇଥାଏ ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications