Get Updates
Get notified of breaking news, exclusive insights, and must-see stories!

ତାମିଲନାଡୁରେ ବାଣ କାରଖାନାରେ ବିସ୍ପୋରଣ, 13 ମୃତ

ଚେନ୍ନାଇ: ତାମିଲନାଡୁରେ ବାଣ କାରଖାନାରେ ବିସ୍ପୋରଣ । ବିରୁଧୁନଗର ଜିଲ୍ଲାରେ ଦୁଇଟି ବାଣ କାରଖାରନାରେ ବିସ୍ପୋରଣ ହେବା ଫଳରେ 13 ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକ ଉକ୍ତ ବାଣଗୋଦାମରେ କାମ କରୁଥିବା ଜଣାପଡିଛି । ଘଣାଟାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

fire craker blast

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ରଙ୍ଗପାଲାୟାମରେ ଥିବା ବାଣ କାରଖାନାରେ ହଠାତ୍ ବିସ୍ଫୋରଣରୁ 7 ଜଣଙ୍କ ଜଳନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ 4 ଜଣଙ୍କୁ ଏପର୍ଯ୍ୟନ୍ତ ସେମାନଙ୍କୁ ଚିହ୍ନଟ କରାଯାଇ ନାହିଁ । ଏଥି ସହିତ ଦୁର୍ଘଟଣାରୁ ଉଦ୍ଧାର ହୋଇଥିବା ତିନି ଜଣଙ୍କର ମୃତ୍ୟୁ ହୋଇଛି ।

ଏହି ସମୟରେ କିଚାନାୟାକାନପାଟୀ ଗାଁର ବାଣ କାରଖାନା ଅନ୍ୟ ଏକ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ସେ ଭେମ୍ବୁ (35) ବୋଲି ଚିହ୍ନଟ କରାଯାଇଥିବା ପୋଲିସ କହିଛି । ଉଦ୍ଧାର ହୋଇଥିବା ଦୁଇ ମହିଳା ଶ୍ରମିକଙ୍କୁ ଚିକିତ୍ସା ପାଇଁ ଶ୍ରୀବିଲିପୁଟୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଏହି ସମୟରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଦୁର୍ଘଟଣାରେ ଜୀବନହାନି ନେଇ ଦୁଃଖ ପ୍ରକାଶ କରିବା ସହ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ 3 ଲକ୍ଷ ଟଙ୍କା ଏବଂ ଗୁରୁତର ଆହତଙ୍କ ପାଇଁ 1 ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+