ବଢିଲା ସତ୍ୟେନ୍ଦ୍ର ଜୈନଙ୍କ ଅଡ଼ୁଆ, ସମ୍ପର୍କୀୟଙ୍କ ଘରୁ ଜବତ ହେଲା 133 ଟି ସୁନା ମୁଦ୍ରା, 2.82 କୋଟି ନଗଦ
ମଙ୍ଗଳବାର ଦିନ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ତାଙ୍କ ସହଯୋଗୀଙ୍କ ଘରେ ଚଢାଉ ପରେ 2.85 କୋଟି ନଗଦ ଟଙ୍କା ଏବଂ 133 ସୁନା ମୁଦ୍ରା ଜବତ କରାଯାଇଛି ବୋଲି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କହିଛି ।
ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଡ଼ୁଆ ବଢିବାଲେ ଲାଗିଛି । ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସତ୍ୟେନ୍ଦ୍ର ଜୈନ ଏବଂ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରି ବିପୁଳ ପରିମାଣର ନଗଦ ଟଙ୍କା ଓ ସୁନା ଜବତ କରିଛି । ସୋମବାର ଦିନ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ସତ୍ୟନ୍ଦ୍ର ଜୈନ ଏବଂ ଘନିଷ୍ଠ ସହଯୋଗୀଙ୍କ ଘରେ ଇଡି ଚଢାଉ କରିଥିଲା । ମେ 30 ରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ସେ ଇଡି ହେପାଜତରେ ଅଛନ୍ତି ।

ମଙ୍ଗଳବାର ଦିନ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ତାଙ୍କ ସହଯୋଗୀଙ୍କ ଘରେ ଚଢାଉ ପରେ 2.85 କୋଟି ନଗଦ ଟଙ୍କା ଏବଂ 133 ସୁନା ମୁଦ୍ରା ଜବତ କରାଯାଇଛି ବୋଲି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କହିଛି । ଜବତ ହୋଇଥିବା ନଗଦ ଏବଂ ସୁନାର କୌଣସି ଆୟର ଉତ୍ସ ପ୍ରକାଶ କରାଯାଇ ନାହିଁ ବୋଲି ଇଡି କହିଛି । ଇଡି ଆହୁରି ମଧ୍ୟ କହିଛି ଯେ ନଗଦ ଟଙ୍କା ଏବଂ ସୁନା ମୁଦ୍ରା ଏକ ଗୁପ୍ତ ସ୍ଥାନରେ ରଖାଯାଇଥିଲା ।












Click it and Unblock the Notifications