Get Updates
Get notified of breaking news, exclusive insights, and must-see stories!

ବ୍ୟାଙ୍କ ଫେରିପାଇଲା ବିଜୟ ମାଲ୍ୟା, ନିରବ ମୋଦୀ, ମେହୁଲ ଚୋକସି ଲୁଟିନେଇଥିବା ଟଙ୍କା

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସେମାନଙ୍କ ଠାରୁ ଜବତ କରିଥିବା ସମ୍ପତ୍ତରୁ 9,371 କୋଟି ଟଙ୍କାକୁ ଠକେଇ କାରଣରୁ କ୍ଷତିଗ୍ରସ୍ତ ହୋଇଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ହସ୍ତାନ୍ତର କରାଯାଇଛି ।

ନୂଆଦିଲ୍ଲୀ : ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା, ନିରବ ମୋଦୀ, ମେହୁଲ ଚୋକସି ଠକି ନେଇଥିବା ଟଙ୍କା ପେରିପାଇଛନ୍ତି ବ୍ୟାଙ୍କ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସେମାନଙ୍କ ଠାରୁ ଜବତ କରିଥିବା ସମ୍ପତ୍ତରୁ 9,371 କୋଟି ଟଙ୍କାକୁ ଠକେଇ କାରଣରୁ କ୍ଷତିଗ୍ରସ୍ତ ହୋଇଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ହସ୍ତାନ୍ତର କରାଯାଇଛି ।

vijay-nirav-mehul

ବିଜୟ ମାଲ୍ୟା, ନିରବ ମୋଦୀ, ମେହୁଲ ଚୋକସି ଠକି ନେଇଥିବା ମୋଟ ଟଙ୍କାର 80.45 ପ୍ରତିଶତ ଅର୍ଥାତ୍ 18 ହଜାର 170 କୋଟି 2 ଲକ୍ଷ ଟଙ୍କାର ସମ୍ପତ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିବା ସହ 9371.17 କୋଟି ଟଙ୍କା ବ୍ୟାଙ୍କ ମାନଙ୍କୁ ହସ୍ତାନ୍ତର କରିଥିବା ନେଇ କହିଛି ।

ବିଜୟ ମାଲ୍ୟା, ନିରବ ମୋଦୀ ଓ ମେହୁଲ୍‌ ଚୋକ୍‌ସି ଭାରତୀୟ ରାଷ୍ଟ୍ରାୟତ ବ୍ୟାଙ୍କ୍‌ମାନଙ୍କରୁ 22,58583 କୋଟି ଟଙ୍କା ହେର୍‌ଫେର୍ କରିଛନ୍ତି । ମୁମ୍ବାଇର 'ପିଏମ୍‌ଏଲ୍‌ଏ ସ୍ପେସାଲ୍‌ କୋର୍ଟ'ଙ୍କ ଆଦେଶ ଅନୁଯାୟୀ ପ୍ରବର୍ତ୍ତନ ନିର୍ଦେଶାଳୟ 'ଏସ୍‌ବିଆଇ' ନେତୃତ୍ବାଧୀନ ରାଷ୍ଟ୍ରାୟତ ବ୍ୟାଙ୍କ୍ ସମୂହଙ୍କୁ ଆଟାଚ୍ ସମ୍ପତ୍ତିର ପ୍ରାୟ 6,600 କୋଟି ଟଙ୍କା ହସ୍ତାନ୍ତର କରି ସାରିଲାଣି ।

ଋଣ ପୈଠ ନକରି ଫେରାର ହେବା ପରେ ଅନେକ ବ୍ୟାଙ୍କ ଘାଟାରେ ଥିଲେ। ଏବେ ଏହି ଟଙ୍କା ସେହି ବ୍ୟାଙ୍କ ଗୁଡ଼ିକୁ ଦିଆଯିବ ଯେଉଁ ବ୍ୟାଙ୍କ ଗୁଡିକରୁ ଋଣ ନେଇ ଏହି ତିନି ପଳାତକ ପରିଶୋଧ କରିନଥିଲେ।

ଇଡି କହିଛି ଯେ ବିଜୟ ମାଲ୍ୟା ଏବଂ ପିଏନବି ବ୍ୟାଙ୍କ ଠକେଇ ମାମଲାରେ ପିଏମଏଲଏ ଅଧୀନରେ ଜବତ ହୋଇଥିବା ଅଂଶଧନ ବିକ୍ରି କରିବା ପରେ ବ୍ୟାଙ୍କଗୁଡିକ ତାଙ୍କର 40 ପ୍ରତିଶତ ଅର୍ଥ ପାଇଛନ୍ତି ।

ସୂଚନାଯୋଗ୍ୟ, କିଛି ବ୍ୟାଙ୍କ ଅଧିକାରୀଙ୍କ ସହ ମିଶି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରୁ ନିରବ ମୋଦୀ 13,500 କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ନିରବ ମୋଦୀ ଏବେ ଲଣ୍ଡନର ଏକ ଜେଲରେ ଥିବା ବେଳେ ମେହୁଲ ଚୋକସି ଡୋମିନିକାର ଏକ ଜେଲରେ ରହିଛନ୍ତି । ସିବିଆଇ ଉଭୟଙ୍କ ବିରୋଧରେ ତଦନ୍ତ କରୁଛି । ଉଭୟଙ୍କୁ ଭାରତ ଆଣିବାକୁ ଉଦ୍ୟମ ଚାଲିଛି ।

ସେହିପରି ମଦ ସମ୍ରାଟ ତଥା କିଙ୍ଗଫିଶରର ମାଲିକ ବିଜୟ ମାଲ୍ୟା ପ୍ରାୟ 9 ହଜାର କୋଟି ଟଙ୍କା ଠକେଇ ଏବଂ ଟଙ୍କା ହେରଫେର ଅଭିଯୋଗରେ ଛନ୍ଦି ହୋଇଛନ୍ତି । ଏହି ଠକେଇ ସହିକ କିଙ୍ଗପିଶର ଏୟାର ଲାଇନ୍ସର ସଂଯୋଗ ରହିଛି । କିଙ୍ଗଫିଶର ଏୟାରଲାଇନ୍ସର ପୂର୍ବତନ ମାଲିକ ତଥା ବ୍ୟବସାୟୀ ବିଜୟ ମାଲ୍ୟା ଅପ୍ରେଲ 2019 ଗିରଫ ହୋଇଥିଲେ । ଏବେ ସେ ଜାମିନରେ ଅଛନ୍ତି । ସ୍ୱଦେଶ ଫେରାଇ ଆଣିବାକୁ ପ୍ରକ୍ରିୟା ଚାଲିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+