ବଢିଲା କେଜ୍ରିୱାଲଙ୍କ ଅଡ଼ୁଆ, ଘରେ ପହଞ୍ଚିଲା ଇଡି
ନୂଆଦିଲ୍ଲୀ: ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ । ଗିରଫଦାରୀରୁ ଅନ୍ତରୀଣ ସୁରକ୍ଷା ଦେବାକୁ ଦିଲ୍ଲୀ ହାଇକୋର୍ଟ ମନା କରିବା ପରେ ଇଡି ତାଙ୍କ ଘରେ ପହଞ୍ଚିଛି ।

ମଦ ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଇଡି ପଠାଇଥିବା 9 ଟି ସମନ ପରେ ସିଏମ କେଜ୍ରିୱାଲ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଯେଉଁଥିରେ ତାଙ୍କୁ ଗିରଫରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦାବି କରାଯାଇଥିଲା । ଗୁରୁବାର ଦିନ ତାଙ୍କ ଆବେଦନ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଯାହା ପରେ ଇଡି ପୁଣି ଥରେ ପଚରାଉଚରା ପାଇଁ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଇଡିର 12 ଜଣିଆ ଟିମ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଛନ୍ତି । ସେମାନଙ୍କ ପାଖରେ ସର୍ଚ୍ଚ ୱାରେଣ୍ଟ ରହିଛି । ସେମାନେ କେଜ୍ରିୱାଲଙ୍କୁ ପଚରାଉଚରା ମଧ୍ୟ କରିବେ ବୋଲି କୁହାଯାଉଛି ।
ଆଉ ଏକ ସୂଚନା ମଧ୍ୟ ଆସିଛି ଯେ ଇଡି ଟିମ୍ କେଜ୍ରିୱାଲଙ୍କୁ ଆଉ ଏକ ସମନ ଦେବାକୁ ଆସିଛି । ତେବେ ସମନ ଦେବା ପାଇଁ 12 ଜଣିଆ ଟିମ୍ କାହିଁକି ଆସିବ ବୋଲି ପ୍ରଶ୍ନ ଉଠିଛି ।
ଏହୀ ପୂର୍ବରୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ 9ଟି ସମନ ପଠାଇ ସାରିଛି । କିନ୍ତୁ କେଜ୍ରିୱାଲ ଇଡିରେ ହାଜର ହୋଇ ନାହାଁନ୍ତି ।
ଉଲ୍ଲେଖଯୋଗ ଯେ ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଥିଲା । ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କ ଯାଚିକା ଉପରେ ଶୁଣାଣି ପରେ କୋର୍ଟ ତାଙ୍କୁ ଆଶ୍ବସ୍ତି ଦେବାକୁ ମନାକରିଥିଲେ । ଏକ ଯାଚିକା ଦାଖଲ କରି ପଚରାଉଚରା ସମୟରେ ଗିରଫ ଗିରଫଦାରୀ ଉପରେ କୋର୍ଟରୁ ସୁରକ୍ଷା ମାଗିଥିଲେ । ହେଲେ କୋର୍ଟ ତାଙ୍କୁ ଗିରଫରୁ ନିବେଦନକୁ ଆଗ୍ରହ୍ୟା କରିଦେଇଥିଲେ । ବିଚାରପତି ସୁରେଶ କୁମାର କୈତ ଏବଂ ବିଚାରପତି ମନୋଜ ଜୈନଙ୍କ ପୀଠ କଜେରିଓ୍ବାଲଙ୍କ ଆବେଦନକୁ 22 ଏପ୍ରିଲରେ ଶୁଣାଣି ପାଇଁ ସୂଚୀବଦ୍ଧ କରିଛନ୍ତି ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications