ଆପ୍ ନେତା ସଞ୍ଜୟ ସିଂହଙ୍କ ଘରେ ଇଡି ରେଡ୍
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଘରେ ଇଡି ଚଢାଉ । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦଳ ଆଜି ସକାଳେ ସଞ୍ଜୟ ସିଂଙ୍କ ଘରେ ପହଞ୍ଚିଛନ୍ତି । ତେବେ କେଉଁ ପରିସ୍ଥିତିରେ ଏହି ସନ୍ଧାନ ଚାଲିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସଞ୍ଜୟ ସିଂହ ନିଜେ ଏହି ସୂଚନା ସାମ୍ବାଦିକମାନଙ୍କୁ ଦେଇଛନ୍ତି ।

ଇଡି ଅଧିକାରୀମାନେ ସଞ୍ଜୟଙ୍କୁ କରୁଛନ୍ତି ପଚରାଉଚରା । ସାଂସଦଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୂର୍ବରୁ ମଧ୍ୟ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା । ତେବେ ଦିଲ୍ଲୀ ମଦ ଦୁର୍ନୀତି ମାସଲାରେ ଇଡି ଏକ ଚାର୍ଜସିଟ ଦାଖଲ କରିଥିଲେ ଯେଉଁଥିରେ ସଞ୍ଜୟ ସିଂଙ୍କ ନାମ ଉଲ୍ଲେଖ କରାଯାଇଥିଲା। ଗତଥର ଯେତେବେଳେ ଟିମ୍ ସଞ୍ଜୟ ସିଂଙ୍କ ଘରେ ପହଞ୍ଚିଥିଲେ, ସେତେବେଳେ ସେ ଇଡି ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ ।
ଯଦି ଉତ୍ସକୁ ବିଶ୍ୱାସ କରାଯାଏ, ତେବେ ସଞ୍ଜୟ ସିଂହଙ୍କ ଘରେ ହୋଇଥିବା ଏହି ଚଢାଇ ମଦ ଦୁର୍ନୀତି ସହ ଜଡ଼ିତ ଅଛି । ଏହାପୂର୍ବରୁ ଅଦାଲତ ଦୁଇ ଅଭିଯୁକ୍ତଙ୍କୁ ଏହି ମାମଲାରେ ସରକାରୀ ସାକ୍ଷୀ ହେବାକୁ ଅନୁମତି ଦେଇଥିଲେ । ଏହାର ଦୁଇ ଦିନ ପରେ ଇଡି ସଞ୍ଜୟଙ୍କ ଘରେ ଚଢଆଉ କରିଚି ।
ରିପୋର୍ଟ ଅନୁଯାୟୀ, ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ କେତେକଙ୍କ ଉପରେ ମଧ୍ୟ ଇଡି ଟିମ୍ ଚଢାଉ କରୁଛି । ଆମେ ଆପଣଙ୍କୁ କହିରଖୁଛୁ ଯେ ଏହି ମାମଲାରେ ଇଡି ସଞ୍ଜୟ ସିଂଙ୍କ କର୍ମକର୍ତ୍ତାଙ୍କୁ ମଧ୍ୟ ପଚରାଉଚରା କରିଥିଲା ।
ଏହି ମାମଲାରେ ପୂର୍ବରୁ ଗିରଫ ହୋଇ ଜେଲରେ ଅଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଚଳିତ ବର୍ଷ ଫେବ୍ରୁୟାରୀରେ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପର ଅନେକ ନେତା ତଦନ୍ତକାରୀ ସଂସ୍ଥାର ରାଡାରରେ ଅଛନ୍ତି । ପୂର୍ବରୁ ମନି ଲଣ୍ଡ୍ରିଂ ମାମଲାରେ ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଅସୁସ୍ଥତା କାରଣରୁ ସୁପ୍ରିମକୋର୍ଟରୁ ସତ୍ୟେନ୍ଦ୍ର ଅନ୍ତରୀଣ ଜାମିନ ପାଇଛନ୍ତି ।












Click it and Unblock the Notifications