ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ 3 ଟି ସ୍ଥାନରେ ଇଡିର ଚଢାଉ
ସୂଚନାନୁସାରେ, ଶୁକ୍ରବାର ଦିନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲାରେ ଅନିଲ ଦେଶମୁଖଙ୍କ ତିନୋଟି ସ୍ଥାନରେ ଚଢାଉ କରିଥିଲା ।
ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ସମସ୍ୟା ହ୍ରାସ ପାଉଥିବା ପରି ମନେ ହେଉନାହିଁ । ସୂଚନାନୁସାରେ, ଶୁକ୍ରବାର ଦିନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲାରେ ଅନିଲ ଦେଶମୁଖଙ୍କ ତିନୋଟି ସ୍ଥାନରେ ଚଢାଉ କରିଥିଲା । ମହାରାଷ୍ଟ୍ରର ନାଗପୁରରେ ପୂର୍ବତନ ଗୃହମନ୍ତ୍ରୀଙ୍କ ତିନିଟି ସ୍ଥାନରେ ଚଢାଉ କରି ଇଡି ଦଳ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ଏହା ପୂର୍ବରୁ ମଧ୍ୟ ଅନୀଲ ଦେଶମୁଖଙ୍କ ଅନ୍ୟାନ୍ୟ ସ୍ଥାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଚଢାଉ କରିଥିଲା । ମିଳିଥିବା ସୂଚନା ଅନୁଯାୟୀ, ମନି ଲଣ୍ଡରିଂ ମାମଲାରେ ସିବିଆଇ, ଇଡି ସମେତ ଅନ୍ୟାନ୍ୟ ଅନୁସନ୍ଧାନକାରୀ ସଂସ୍ଥା ଦେଶମୁଖଙ୍କ ବିରୋଧରେ ତଦନ୍ତ କରୁଛନ୍ତି ।
Enforcement Directorate (ED) is conducting a search at former Maharashtra Home Minister Anil Deshmukh's (in file photo) premises in connection with a money laundering case. Search is going on at three places in Nagpur, Maharashtra: Sources pic.twitter.com/HHP0Qxjeri
— ANI (@ANI) August 6, 2021
ଏହି କ୍ରମରେ ଗୁରୁବାର ଦିନ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ମାମଲାରେ ସିବିଆଇ ବମ୍ବେ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଛି । ବମ୍ବେ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ପିଟିସନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୁରୁବାର ଅଭିଯୋଗ କରିଛି ଯେ ମହାରାଷ୍ଟ୍ର ସରକାର ପୂର୍ବତନ ରାଜ୍ୟ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାର ତଦନ୍ତରେ ସହଯୋଗ କରୁ ନାହାଁନ୍ତି । ସିବିଆଇ ବମ୍ବେ ହାଇକୋର୍ଟଙ୍କ ନିକଟକୁ ଯାଇ କହିଛି ଯେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଅନିଲ ଦେଶମୁଖ ମାମଲା ଯାଞ୍ଚରେ ମହାରାଷ୍ଟ୍ର ସରକାର ସହଯୋଗ କରୁନାହାଁନ୍ତି ।












Click it and Unblock the Notifications