Get Updates
Get notified of breaking news, exclusive insights, and must-see stories!

ମନି ଲଣ୍ଡରିଂ ମାମଲା : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରେ ଇଡି ଚଢାଉ

ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନିଲଙ୍କ ନାଗପୁର ସ୍ଥିତ ଘରେ ଚଢାଉ କରିଛି । ଅର୍ଥ ହେରଫେର ଜଡ଼ିତ ମାମଲାରେ ଏହି ଚଢାଉ ହୋଇଚି ବୋଲି ସୂଚନା ମିଳିଛି ।

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି ନେତା ଅନିଲ ଦେଶମୁଖଙ୍କ ସମସ୍ୟା ବଢି ଚାଲିଛି । ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନିଲଙ୍କ ନାଗପୁର ସ୍ଥିତ ଘରେ ଚଢାଉ କରିଛି । ଅର୍ଥ ହେରଫେର ଜଡ଼ିତ ମାମଲାରେ ଏହି ଚଢାଉ ହୋଇଚି ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦେଶମୁଖ ଏବଂ ତାଙ୍କ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରିପାରନ୍ତି । ମୁମ୍ବାଇର ପୂର୍ବତନ କମିଶନର ପରମ୍ବୀର ସିଂହଙ୍କ ଅଭିଯୋଗ ପରେ ତାଙ୍କ ଲିଙ୍କ ଆଣ୍ଟିଲିଆ ମାମଲା ସହିତ ମଧ୍ୟ ଜଡିତ ଥିବା ନେଇ କୁହାଯାଇଥିଲା ।

anil deshmukh-residence

ସୂଚନାନୁସାରେ, ଇଡି ଅଧିକାରୀମାନେ ନାଗପୁରର ସିଭିଲ୍ ଲାଇନସ୍ଥିତ ଅନିଲ ଦେଶମୁଖଙ୍କ ଘରେ ସକାଳ 8 ଟାରେ ପହଞ୍ଚିଥିଲେ । ଏହା ପରେ, କାଗଜପତ୍ର କାର୍ଯ୍ୟ ଶେଷ କରି ଚଢାଉ ଆରମ୍ଭ କରିଥିଲେ । ଏହି ସମୟରେ କାର୍ଯ୍ୟରେ କୌଣସି ବାଧା ନହେବା ପାଇଁ ଦେଶମୁଖଙ୍କ ଘର ବାହାରେ ବହୁ ସଂଖ୍ୟକ CRPF କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏଥି ସହିତ ଏପର୍ଯ୍ୟନ୍ତ ଚଢାଉରେ ଇଡ଼ି ହାତରେ କଣ ଲାଗିଛି ସେ ସମ୍ପର୍କରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ ।

କ'ଣ ରହିଛି ମାମଲା ?

ବାସ୍ତବରେ ଆଣ୍ଟିଲିଆ ମାମଲାରେ ସଚିନ ୱାଜେଙ୍କ ନାମ ପ୍ରକାଶ ପାଇବା ପରେ ତତ୍କାଳୀନ ମୁମ୍ବାଇ କମିଶନର ପାରମବୀର ସିଂହଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଏହା ପରେ ସେ ଅନିଲ ଦେଶମୁଖଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ପାରମବୀରଙ୍କ ଅନୁଯାୟୀ, ୱାଜେ ଦେଶମୁଖଙ୍କ ଅତି ନିକଟତର ଥିଲେ । ଏଥିସହ ସେ ତାଙ୍କୁ ଭେଟିବା ପାଇଁ ସମୟ ସମୟରେ ତାଙ୍କ ଘରକୁ ଯାଇଥା'ନ୍ତି । ମୁମ୍ବାଇର ବିଭିନ୍ନ ହୋଟେଲ, ରେସ୍ତୋରାୀଁରୁ ମାସିକ 100 କୋଟି ଆଦାୟ କରିବା ନେଇ ଅନିଲ ଦେଶମୁଖ ପୋଲିସ୍ ଅଧିକାରୀ ୱାଜେଙ୍କୁ କହିଥିବା କଥା ମଧ୍ୟ ଅଭିଯୋଗ ହୋଇଥିଲା । ଏହା ପରେ ଏହି ଅର୍ଥ ହେରଫେର୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନିଲଙ୍କ ବିରୋଧରେ ଯାଞ୍ଚ ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+