ନ୍ୟାସନାଲ ହେରାଲ୍ଡ ମାମଲା : ଜୁନ୍ 23 ରେ ହାଜର ହେବାକୁ ସୋନିଆଙ୍କୁ ଇଡିର ସାନି ସମନ
କୋଭିଡ -19 ଆକ୍ରାନ୍ତ ହୋଇଥିବା ସୋନିଆ ଗାନ୍ଧୀଙ୍କୁ ଏକ ନୂତନ ନୋଟିସ୍ ଜାରି କରାଯାଇଛି । ଇଡି 23 ଜୁନରେ ହାଜର ହେବାକୁ ନୋଟିସରେ ଉଲ୍ଲେଖ କରିଛି ।
ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ପୁଣି ଏକ ସାନି ନୋଟିସ ଜାରି କରିଛି । କୋଭିଡ -19 ଆକ୍ରାନ୍ତ ହୋଇଥିବା ସୋନିଆ ଗାନ୍ଧୀଙ୍କୁ ଏକ ନୂତନ ନୋଟିସ୍ ଜାରି କରାଯାଇଛି । ଇଡି 23 ଜୁନରେ ହାଜର ହେବାକୁ ନୋଟିସରେ ଉଲ୍ଲେଖ କରିଛି ।

ଆମେ ଆପଣଙ୍କୁ କହି ରଖୁଛୁ ସୋନିଆ ଗାନ୍ଧୀଙ୍କୁ ଜୁନ୍ 8 ରେ ହାଜର ହେବାକୁ ଇଡି ନୋଟିସ୍ ଜାରି କରିଥିଲା । କିନ୍ତୁ ଜୁନ୍ 3 ରେ ସୋନିଆ ଗାନ୍ଧୀଙ୍କ କରୋନା ପରୀକ୍ଷା ରିପୋର୍ଟ ସକରାତ୍ମକ ଆସିଥିଲା । ତେଣୁ ସୋନିଆ ଗାନ୍ଧୀ ଇଡି ନିକଟରେ ହାଜର ହେବାକୁ ସୋନିଆ ଅଧିକ ସମୟ ମାଗିଥିଲେ । ଏହି ମାମଲାରେ ପଚରାଉଚରା ପାଇଁ ଇଡି ଜୁନ୍ 13 ରେ ତାଙ୍କ ପୁଅ ତଥା ପୂର୍ବତନ ଦଳର ମୁଖ୍ୟ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଡକାଇଛି ।
ରାହୁଲ ଗାନ୍ଧୀଙ୍କୁ ଏଜେନ୍ସି ପ୍ରଥମେ ଜୁନ୍ 2 ରେ ହାଜର ହେବାକୁ ନୋଟିସ ଦେଇଥିଲା, କିନ୍ତୁ ସେ ବିଦେଶ ଗସ୍ତରେ ଥିବାରୁ ହାଜର ହେବାକୁ ଅଧିକ ସମୟ ଲାଗିଥିଲେ । ପରେ ଏଜେନ୍ସି ରାହୁଲ ଗାନ୍ଧୀଙ୍କୁ ଜୁନ୍ 13 ରେ ଦିଲ୍ଲୀର ମୁଖ୍ୟାଳୟରେ ହାଜର ହେବାକୁ କହିଥିଲେ ।












Click it and Unblock the Notifications