Get Updates
Get notified of breaking news, exclusive insights, and must-see stories!

ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଲ ବୃଦ୍ଧିକୁ ବେଆଇନ୍ କହିଲେ ସୁପ୍ରିମ କୋର୍ଟ, 31 ଜୁଲାଇ ସୁଦ୍ଧା ପଦ ଛାଡ଼ିବାକୁ ନିର୍ଦ୍ଦେଶ

ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ବେଆଇନ ବୋଲି କହିଛନ୍ତି ସୁପ୍ରିମକୋର୍ଟ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସଞ୍ଜୟ ମିଶ୍ର 31 ଜୁଲାଇ 2023 ପର୍ଯ୍ୟନ୍ତ ଇଡି ନିର୍ଦ୍ଦେଶକ ପଦବୀରେ ରହିବେ ।

supreme court

ଆପଣଙ୍କୁ କହିରଖୁଛୁ ଯେ ଇଡି ନିର୍ଦ୍ଦେଶକ ଭାବେ ତୃତୀୟ ଥର ପାଇଁ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପ୍ରସଙ୍ଗରେ ମେ 8 ରେ ଶୁଣାଣି କରି କୋର୍ଟ ଏହାର ରାୟ ସଂରକ୍ଷିତ ରଖିଥିଲେ । ତୃତୀୟ ଥର ପାଇଁ ଇଡି ନିର୍ଦ୍ଦେଶକ ଭାବରେ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଏହି ପ୍ରସଙ୍ଗରେ ଜଷ୍ଟିସ ବି.ଆର ଗାଭାଇ, ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ସଞ୍ଜୟ କରୋଲଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ ।

କେନ୍ଦ୍ର ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଥିଲେ ଯେ ଏସ.କେ ମିଶ୍ର ପୋଲିସର ମହାନିର୍ଦ୍ଦେଶକ ନୁହଁନ୍ତି, କିନ୍ତୁ ସେ ଆନ୍ତର୍ଜାତୀୟ ସ୍ତରରେ ଦେଶର ପ୍ରତିନିଧିତ୍ୱ କରୁଛନ୍ତି । ସେଥିପାଇଁ ସଂସଦ ଏକ ସଚେତନ ନିଷ୍ପତ୍ତି ନେଇଛି ।

ମେହେଟ୍ଟା କୋର୍ଟଙ୍କୁ କହିଛନ୍ତି, ଇଡି ନିର୍ଦ୍ଦେଶକ ଏସ.କେ ମିଶ୍ର ନଭେମ୍ବରରୁ ଅବସର ନେବେ । ଗତ ଶୁଣାଣିରେ ମଧ୍ୟ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ସରକାରଙ୍କ ନିଷ୍ପତ୍ତି ସପକ୍ଷରେ ଯୁକ୍ତି ବାଢିଥିଲେ ।

ତେବେ ଗଣତନ୍ତ୍ରର ବୃହତ ସ୍ୱାର୍ଥରେ ଏହି ସଂଶୋଧନକୁ ଖଣ୍ଡନ କରିବାକୁ ଆମିକସ୍ କ୍ୟୁରିଆ କେ.ଭି ବିଶ୍ୱନାଥନ୍ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିଥିଲେ । ଭବିଷ୍ୟତରେ ସରକାର ଏହାର ଅପବ୍ୟବହାର କରିବେ ବୋଲି ସେ ଆଶଙ୍କା ପ୍ରକାଶ କରିଥିଲେ ।

ନଭେମ୍ବର 2018 ରେ ସଞ୍ଜୟ ମିଶ୍ରଙ୍କୁ ଇଡିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା । 2020 ରେ ସେ ଅବସର ନେବା କଥା । କିନ୍ତୁ ପରେ ଦୁଇ ଦୁଇ ଥର ତାଙ୍କ କାର୍ଯ୍ୟକାଳକୁ ବଢାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+