Get Updates
Get notified of breaking news, exclusive insights, and must-see stories!

ମନି ଲଣ୍ଡ୍ରିଂ ମାମଲାରେ ଅନିଲ ଦେଶମୁଖଙ୍କ ବ୍ୟକ୍ତିଗତ ସହାୟକ ଏବଂ ସଚିବଙ୍କୁ ଗିରଫ କଲା ଇଡି

ଶନିବାର ଅନୀଲ ଦେଶମୁଖଙ୍କ ଘରେ ଚଢାଉ ପରେ ଇଡି ଟିମ୍ ତାଙ୍କ ବ୍ୟକ୍ତିଗତ ସହାୟକ କୁନ୍ଦନ ସିନ୍ଦେ ଏବଂ ବ୍ୟକ୍ତିଗତ ସଚିବ ସଞ୍ଜୀବ ପଲାଣ୍ଡେଙ୍କୁ ବିଳମ୍ବିତ ରାତିରେ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଗିରଫ କରିଛି ।

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଉପରେ ଇଡିର କଡା ଆଭିମୁଖ୍ୟ ଜାରି ରହିଛି । ଶନିବାର ଅନୀଲ ଦେଶମୁଖଙ୍କ ଘରେ ଚଢାଉ ପରେ ଇଡି ଟିମ୍ ତାଙ୍କ ବ୍ୟକ୍ତିଗତ ସହାୟକ କୁନ୍ଦନ ସିନ୍ଦେ ଏବଂ ବ୍ୟକ୍ତିଗତ ସଚିବ ସଞ୍ଜୀବ ପଲାଣ୍ଡେଙ୍କୁ ବିଳମ୍ବିତ ରାତିରେ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଗିରଫ କରିଛି ।

Anil-Deshmukh

ଏହାପୂର୍ବରୁ ଇଡି ନାଗପୁରରେ ଅନିଲ ଦେଶମୁଖଙ୍କ ଘରେ ଦିନସାରା ତଲାସି କରିଥିଲା । ଇଡି ଅଧିକାରୀ କହିଛନ୍ତି ଯେ ମୁମ୍ବାଇର ସିବିଆଇ କାର୍ଯ୍ୟାଳୟରେ ପ୍ରାୟ ନଅ ଘଣ୍ଟା ପଚରାଉଚରା ପରେ ମଧ୍ୟ ଅନିଲ ଦେଶମୁଖଙ୍କ ଦୁଇ ସହଯୋଗୀ ଅନୁସନ୍ଧାନକାରୀ ଅଧିକାରୀଙ୍କୁ ସହ ସହଯୋଗ କରିନଥିଲେ ଏବଂ ପରେ ସେମାନଙ୍କୁ ଗିରଫ କରାଯାଇଥିଲା ।

ଇଡି ଅଧିକାରୀ କହିଛନ୍ତି ଯେ, କୁନ୍ଦନ ସିନ୍ଦେ ଏବଂ ସଞ୍ଜୀବ ପଲାଣ୍ଡେ ଗିରଫ ହେବା ପରେ ଉଭୟଙ୍କୁ ଶନିବାର ମୁମ୍ବାଇର ଏକ ସ୍ୱତନ୍ତ୍ର PMLA କୋର୍ଟରେ ହାଜର କରାଯିବ ।

ସୂଚନାଯୋଗ୍ୟ, ଶନିବାର ସକାଳ ପ୍ରାୟ 7.30 ସମୟରେ CRPF କର୍ମଚାରୀଙ୍କ ସହିତ ଆଠ ଜଣ ଇଡି ଅଧିକାରୀଙ୍କ ଏକ ଟିମ୍ ଅନିଲ ଦେଶମୁଖଙ୍କ ନାଗପୁରସ୍ଥିତ ଘରେ ପହଞ୍ଚି ଚଢାଉ ଆରମ୍ଭ କରିଥିଲେ । ଏହି ସମୟରେ ଘର ଭିତକୁ ପ୍ରବେଶ ନେଇ କାହାକୁ ଅନୁମତି ଦିଆଯାଇ ନଥିଲା ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢାଉ ଜାରି ରହିଥିଲା ।

ବଟି ଆଦାୟ ମାମଲାରେ ଅନିଲ ଦେଶମୁଖଙ୍କ ବିରୋଧରେ ଇଡି ଏହି ପଦକ୍ଷେପ ନେଇଛି । ଆପଣଙ୍କୁ କହିରଖୁଛୁ ଯେ ଅତୀତରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ଅଭିଯୋଗ କରିଛନ୍ତି ଯେ ଅନିଲ ଦେଶମୁଖ ଗୃହମନ୍ତ୍ରୀ ଥିବାବେଳେ କିଛି ପୋଲିସ କର୍ମଚାରୀଙ୍କୁ କ୍ଲବ ଏବଂ ବାର ମାଲିକଙ୍କଠାରୁ 100 କୋଟି ଟଙ୍କା ଚାନ୍ଦା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରମବାର ସିଂଙ୍କ ଏହି ଅଭିଯୋଗ ଯୋଗୁଁ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା ଏବଂ ଅନିଲ ଦେଶମୁଖଙ୍କୁ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଲା । ତେବେ ଅନିଲ ଦେଶମୁଖ କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା ଏବଂ ତାଙ୍କୁ ଷଡଯନ୍ତ୍ର କରିୁ ଫସାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+