2 ହଜାରରୁ ଅଧିକ ନଗଦ ଟଙ୍କା ଦାନ ନେଇପାରିବେ ନାହିଁ ରାଜନୈତିକ ଦଳ, ପାଣ୍ଠି ଉପରେ କଟକଣା ଲଗାଇପାରନ୍ତି ନିର୍ବାଚନ ଆୟୋଗ
ନଗଦ ଦାନ 20 ପ୍ରତିଶତ କିମ୍ବା ସର୍ବାଧିକ 20 କୋଟି ଟଙ୍କା ମଧ୍ୟରେ ସୀମିତ ରହିବା ଆବଶ୍ୟକ ବୋଲି କୁହାଯାଇଛି । ନିର୍ବାଚନ ଆୟୋଗ ଚିଠିରେ ମଧ୍ୟ କହିଛନ୍ତି ଯେ ରାଜନୈତିକ ଦଳଗୁଡିକ 2,000 ରୁ କମ୍ ନଗଦ ରାଶିର ରିପୋର୍ଟ ଦେବା ଆବଶ୍ୟକ ନାହିଁ ।
ନୂଆଦିଲ୍ଲୀ : ରାଜନୈତିକ ଦଳକୁ ମିଳୁଥିବା ପାଣ୍ଠି ଉପରେ ନିର୍ବାଚନ ଆୟୋଗ ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖି ରାଜନୈତିକ ଦଳମାନଙ୍କୁ ନଗଦ ଦାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ନଗଦ ଦାନ 20 ପ୍ରତିଶତ କିମ୍ବା ସର୍ବାଧିକ 20 କୋଟି ଟଙ୍କା ମଧ୍ୟରେ ସୀମିତ ରହିବା ଆବଶ୍ୟକ ବୋଲି କୁହାଯାଇଛି । ନିର୍ବାଚନ ଆୟୋଗ ଚିଠିରେ ମଧ୍ୟ କହିଛନ୍ତି ଯେ ରାଜନୈତିକ ଦଳଗୁଡିକ 2,000 ରୁ କମ୍ ନଗଦ ରାଶିର ରିପୋର୍ଟ ଦେବା ଆବଶ୍ୟକ ନାହିଁ । କିନ୍ତୁ ରାଜନୈତିକ ଦଳଗୁଡିକ 20,000 ରୁ ଅଧିକ ସମସ୍ତ ଦାନର ରିପୋର୍ଟ ପ୍ରକାଶ କରିବାକୁ ବାଧ୍ୟ ହେବେ ।

ଆପଣଙ୍କୁ କହି ରଖୁଛୁ ଅତୀତରେ ଶହ ଶହ ଅଜ୍ଞାତ ପଞ୍ଜୀକୃତ ରାଜନୈତିକ ଦଳ ଉପରେ ଆୟକର ଚଢାଉ କରାଯାଇଥିଲା । ସେହି ଦଳଗୁଡିକ ଅଭିଯୋଗ ହୋଇଥିଲା ଯେ ସେମାନେ କେବଳ ପାର୍ଟି ନାମରେ କଳା ଟଙ୍କାକୁ ବ୍ୟବହାର କରୁଥିଲେ । ନିର୍ବାଚନ ଆୟୋଗ ମଧ୍ୟ ଅନେକ ରାଜନୈତିକ ଦଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏଥି ସହିତ ଅନେକଙ୍କ ସ୍ୱୀକୃତି ବାତିଲ କରାଯାଇଛି । ଆୟୋଗ ଜାଣିବାକୁ ପାଇଲେ ଯେ କିଛି ଦଳ କହିଥିଲେ ସେମାନଙ୍କୁ କୌଣସି ଦାନ ମିଳିନାହିଁ । ତାଙ୍କ ଆକାଉଣ୍ଟ୍ ଅଡିଟ୍ ସମୟରେ ବିପୁଳ ପରିମାଣର ରସିଦ ମିଳିଥିଲା ଯାହା ପ୍ରମାଣ କଲା ଯେ ବହୁ ପରିମାଣରେ ନଗଦ କାରବାର 20,000 ଟଙ୍କା ସୀମାଠାରୁ କମ୍ ରହିଛି । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବ୍ୟକ୍ତିଗତ ପ୍ରାର୍ଥୀଙ୍କ ଖର୍ଚ୍ଚରେ ସ୍ୱଚ୍ଛତା ଆଣିବା ଏବଂ ଏହି ଖର୍ଚ୍ଚରେ "ଡାଇଭର୍ସନ" ହଟାଇବା ପାଇଁ ଆୟୋଗ ଗୁରୁତ୍ୱାରୋପ କରିଛନ୍ତି ।
କଣ ରହିଛି ବର୍ତ୍ତମାନର ନିୟମ
ବର୍ତ୍ତମାନ ନିୟମ ଅନୁଯାୟୀ ରାଜନୈତିକ ଦଳଗୁଡିକ 20,000 ରୁ ଅଧିକ ଟଙ୍କା ଦାନର ରିପୋର୍ଟ ପ୍ରକାଶ କରି ଆୟୋଗକୁ ଜଣାଇବାକୁ ପଡିବ । ସୂତ୍ରରୁ ପ୍ରକାଶ ଯେ, ଯଦି ଆୟୋଗର ଏହି ପ୍ରସ୍ତାବ ଆଇନ ମନ୍ତ୍ରଣାଳୟର ଅନୁମୋଦନ ଲାଭ କରେ, ତେବେ 2000 ରୁ ଅଧିକ ସମସ୍ତ ଦାନ ରାଜନୈତିକ ଦଳମାନଙ୍କୁ ଜଣାଇବାକୁ ପଡ଼ିବ, ଯାହା ସ୍ୱଚ୍ଛତା ବୃଦ୍ଧି କରିବ । କୌଣସି ରାଜନୈତିକ ଦଳ ଗ୍ରହଣ କରିଥିବା ମୋଟ ଦାନର ସର୍ବାଧିକ 20 ପ୍ରତିଶତ ନଗଦ କିମ୍ବା 20 କୋଟି ଟଙ୍କା ହେବା ଉଚିତ ବୋଲି ଆୟୋଗ ପରାମର୍ଶ ଦେଇଛନ୍ତି । ନିର୍ବାଚନ ଆୟୋଗ ଏହା ମଧ୍ୟ ଚାହୁଁଛି ଯେ ନିର୍ବାଚନ ସମୟରେ ପ୍ରାର୍ଥୀମାନେ ନିର୍ବାଚନ ପାଇଁ ଏକ ପୃଥକ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଉଚିତ ଏବଂ ଏହି ଆକାଉଣ୍ଟରୁ ସମସ୍ତ କାରବାର କରାଯିବା ଉଚିତ ଏବଂ ଏହି ସୂଚନା ନିର୍ବାଚନ ଖର୍ଚ୍ଚର ସବିଶେଷ ତଥ୍ୟରେ ଦିଆଯିବା ଉଚିତ ।












Click it and Unblock the Notifications