Get Updates
Get notified of breaking news, exclusive insights, and must-see stories!

ପଶ୍ଚିମବଙ୍ଗ, କେରଳ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ

ନିର୍ବାଚନ ତାରିଖ ଘୋଷଣା ସମ୍ପର୍କରେ ଆଜି ଦିଲ୍ଲୀରେ ନିର୍ବାଚନ ଆୟୋଗର ଏକ ସାମ୍ବାଦିକ ସମ୍ମିଳନୀ ହେବ । ସୂଚନାନୁସାରେ, ଆୟୋଗ ଅପରାହ୍ନ 4:30 ରେ ଉପରୋକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚର ନିର୍ବାଚନ ତାରିଖ ଘୋଷଣା କରିବେ ।

ନୂଆଦିଲ୍ଲୀ : କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଆଜି ଚାରୋଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସ୍ତ ଅଞ୍ଚଳର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ, କେରଳ, ଆସାମ ଏବଂ ତାମିଲନାଡୁରେ ବିଧାନସଭାର କାର୍ଯ୍ୟକାଳ ଏପ୍ରିଲ-ମେ ମାସରେ ଶେଷ ହେବାକୁ ଯାଉଛି ଏବଂ ପୁଡୁଚେରୀ ବର୍ତ୍ତମାନ ରାଷ୍ଟ୍ରପତି ଶାସନ ଜାରି ରହିଛି ।

Sunil-Arora

ନିର୍ବାଚନ ତାରିଖ ଘୋଷଣା ସମ୍ପର୍କରେ ଆଜି ଦିଲ୍ଲୀରେ ନିର୍ବାଚନ ଆୟୋଗର ଏକ ସାମ୍ବାଦିକ ସମ୍ମିଳନୀ ହେବ । ସୂଚନାନୁସାରେ, ଆୟୋଗ ଅପରାହ୍ନ 4:30 ରେ ଉପରୋକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚର ନିର୍ବାଚନ ତାରିଖ ଘୋଷଣା କରିବେ । ବିହାର ନିର୍ବାଚନ ପରେ କରୋନା ମହାମାରୀ ମଧ୍ୟରେ ହେବାକୁ ଥିବା ଏହି ପାଞ୍ଚଟି ରାଜ୍ୟର ନିର୍ବାଚନରେ ​​କରୋନା ଭୂତାଣୁ ସମ୍ପର୍କରେ ନିର୍ବାଚନ ଆୟୋଗ ଏକ ନିର୍ଦ୍ଦେଶାବଳୀ ଜାରି କରିବେ ।

ଏହାପୂର୍ବରୁ ବୁଧବାର ଦିନ ନିର୍ବାଚନ ଆୟୋଗର ଅଧିକାରୀମାନେ ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ଏଥିରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟ ନିର୍ବାଚନ କମିଶନର୍‌ ସୁନୀଲ ଅରୋରା।
କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିର୍ବାଚନ ଆୟୋଗ ସ୍ପଷ୍ଟ କରିସାରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+