କାର୍ଗିଲରେ ଭୂ କମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା 4.3 ରେକର୍ଡ
ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଲଦାଖର କାର୍ଗିଲରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ 4.3 ରେକର୍ଡ କରାଯାଇଛି । ଏହି ଭୂକମ୍ପ କେନ୍ଦ୍ର କାର୍ଗିଲଠାରୁ 191 କିଲୋମିଟର ଉତ୍ତରରେ ଥିଲା ।
ନୂଆଦିଲ୍ଲୀ : ଦେଶର ବିଭିନ୍ନ ସ୍ଥାନରେ ଗତ କିଛି ଦି ଧରି ଭୂ କମ୍ପ ଅନୁଭୂତ ହେବାର ଖବର ସାମ୍ନାକୁ ଆସୁଛି । ନିକଟରେ ରାଜଧାନୀ ଦିଲ୍ଲୀରେ ଏକ ସପ୍ତାହ ମଧ୍ୟରେ ଦୁଇଥର ଭୂ କମ୍ପ ଅନୁଭୂତ ହୋଇଛି । ଏହି ସମୟରେ ମଙ୍ଗଳବାର ଦିନ କାର୍ଗିଲରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି ।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଲଦାଖର କାର୍ଗିଲରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ 4.3 ରେକର୍ଡ କରାଯାଇଛି । ଏହି ଭୂକମ୍ପ କେନ୍ଦ୍ର କାର୍ଗିଲଠାରୁ 191 କିଲୋମିଟର ଉତ୍ତରରେ ଥିଲା । ମଙ୍ଗଳବାର ସକାଳ 10:05 ରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ବର୍ତ୍ତମାନ ସୁଦ୍ଧା କୌଣସି ଧନଜୀବନ କ୍ଷତି ହୋଇଥିବାର ଖବର ସାମ୍ନାକୁ ଆସିନାହିଁ ।
ଆପଣଙ୍କୁ କହି ରଖୁଛୁ, ଦେଶର ଅନେକ ସ୍ଥାନରେ ବାରମ୍ବାର ଭୂକମ୍ପ ଅନୁଭୂତ ଲୋକଙ୍କୁ ଭୟଭୀତ କରି ରଖିଛି । ଏହାପୂର୍ବରୁ ଲଗାତାର ଦୁଇ ତିନି ଦିନ ଧରି ଦିଲ୍ଲୀରେ ହୋଇଥିବା ଭୂକମ୍ପ ଯୋଗୁଁ ଲୋକମାନେ ଆତଙ୍କିତ ଅବସ୍ଥାରେ ଥିଲେ ।
ସୂଚନାଯୋଗ୍ୟ, ଏହା ପୂର୍ବୁ ମଙ୍ଗଳବାର ସକାଳେ ସୋଲେମାନ ଦ୍ୱୀପପୁଞ୍ଜର ମାଲାଙ୍ଗୋର ଦକ୍ଷିଣ-ପଶ୍ଚିମ ଦିଗରେ ରିକ୍ଟର ସ୍କେଲରେ 7.3 ମ୍ୟାଗ୍ନିଚ୍ୟୁଡ଼ର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିସହିତ ସୁନାମି ଚେତାବନୀ ମଧ୍ୟ ଦିଆଯାଇଛି ଏବଂ ସମୁଦ୍ର କୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି ।












Click it and Unblock the Notifications