ରାମନଗରୀ ଅଯୋଧ୍ୟାରେ ଭୂକମ୍ପ : ଭୂମିଠାରୁ 15KM ତଳେ ଥିଲା କେନ୍ଦ୍ରସ୍ଥଳ
ରାମନଗରୀ ଅଯୋଧ୍ୟାରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିଚ୍ଟର ସ୍କେଲରେ 4.3 ରେକର୍ଡ ହୋଇଛି ।
ଅଯୋଧ୍ୟା : ରାମନଗରୀ ଅଯୋଧ୍ୟାରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିଚ୍ଟର ସ୍କେଲରେ 4.3 ରେକର୍ଡ ହୋଇଛି । ଯାହାର କେନ୍ଦ୍ର ଭୂମିଠାରୁ ପ୍ରାୟ 15 କିଲୋମିଟର ତଳେ ଥିଲା । ବିଳମ୍ବିତ ରାତିରେ ଭୂ-କମ୍ପ ଅନୁଭୂତ ହୋଇଛି । ତେବେ ଆଜି ସକାଳ ପର୍ଯ୍ୟନ୍ତ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ସୂଚନା ନାହିଁ ।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ତରଫରୁ ସରକାରୀ ଟ୍ୱିଟର ହ୍ୟାଣ୍ଡେଲରେ କୁହାଯାଇଛି ଯେ ଗତକାଲି ରାତି 11:59 ରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହା ଆଶ୍ଚର୍ଯ୍ୟଜନକ ଥିଲା, କାରଣ ଅଯୋଧ୍ୟାରେ ସାଧାରଣତଃ ଭୂକମ୍ପ ହୁଏ ନାହିଁ । ଏହା ସତ୍ତ୍ୱେ ଗୁରୁବାର ବିଳମ୍ବିତ ରାତି ପ୍ରାୟ 12 ଟା ସମୟରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ, ଅଯୋଧ୍ୟା ଠାରୁ 176 କିଲୋମିଟର ଦୂରରେ ଏହି ଭୂକମ୍ପ ଘଟିଛି ।
Earthquake of Magnitude:4.3, Occurred on 06-01-2022, 23:59:22 IST, Lat: 28.14 & Long: 83.14, Depth: 15 Km ,Location: 176km NNE of Ayodhya, Uttar Pradesh, India for more information download the BhooKamp App https://t.co/Puap6pFcB3 @ndmaindia @Indiametdept pic.twitter.com/56BwhxxEDo
— National Center for Seismology (@NCS_Earthquake) January 6, 2022












Click it and Unblock the Notifications