ତାମିଲନାଡୁରେ ନିମ୍ନ ତୀବ୍ରତାର ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା 3.5
ଗୁରୁବାର ତାମିଲନାଡୁର ଭେଲ୍ଲୁରରେ ଭୂ କମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.5 ମାଗ୍ନିଚ୍ୟୁଡ୍ ରେକର୍ଡ କରାଯାଇଛି ।
ଚେନ୍ନାଇ : ଗୁରୁବାର ତାମିଲନାଡୁର ଭେଲ୍ଲୁରରେ ଭୂ କମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.5 ମାଗ୍ନିଚ୍ୟୁଡ୍ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ ଆଜି 3: 14 ମିନିଟରେ ରେ ଏହି ଭୂକମ୍ପ ଅନୁଭୁତ ହୋଇଛି । ତାମିଲନାଡୁର ଭେଲ୍ଲୁର ଠାରୁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ 50 କିଲୋମିଟର ଦୂରରେ ଏହି ଭୂକମ୍ପ ସୃଷ୍ଟି ହୋଇଛି । ଭୂକମ୍ପ ଯୋଗୁଁ ଧନଜୀବନରେ କୌଣସି କ୍ଷୟକ୍ଷତିର ଖବର ନାହିଁ । ଭେଲ୍ଲୁର ଠାରୁ 220 କିଲୋମିଟର ଦୂରରେ ବେଙ୍ଗାଲୁରୁରେ ମଧ୍ୟ ଗୋଟିଏ ଦିନ ପୂର୍ବରୁ ଏହିପରି କମ୍ପନ ଅନୁଭୂତ ହୋଇଥିଲା ।

ନ୍ୟାସନାଲ ସିସମୋଲୋଜିକାଲ ସେଣ୍ଟର ଅନୁଯାୟୀ ଗୁରୁବାର ଦିନ ତାମିଲନାଡୁର ଭେଲୋରର 50 କିଲୋମିଟର ପଶ୍ଚିମ-ଉତ୍ତରରେ 3.5 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି । ଅପରାହ୍ନ ପ୍ରାୟ 3.15 ସମୟରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା । ବୁଧବାର ମଧ୍ୟ କର୍ଣ୍ଣାଟକରେ 2.9 ଏବଂ 3.0 ମ୍ୟାଗ୍ନିଚ୍ୟୁଡର ଦୁଇଟି ଭୂକମ୍ପ ଅନୁଭୂତ ହୋଇଥିଲା । ବୁଧବାର ସକାଳ ପ୍ରାୟ 7.10 ଏବଂ 7.15 ରେ ଏହି କମ୍ପନ ଅନୁଭୂତ ହୋଇଥିଲା ।












Click it and Unblock the Notifications