ଗୁଜୁରାଟରେ ଭୂ କମ୍ପ ଅନୁଭୂତ
ଇନଷ୍ଟିଚ୍ୟୁଟ୍ ଅଫ୍ ସେସମୋଲୋଜିକାଲ୍ ରିସର୍ଚ୍ଚ (ଆଇଏସଆର) ଅନୁଯାୟୀ ଗୁଜୁରାଟର ସୁରଟ ଜିଲ୍ଲା ତଥା ଏହାର ଆଖପାଖ ଅଞ୍ଚଳରେ ଶନିବାର ଦିନ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ 3.8 ଥିଲା ।

ନିକଟରେ ତୁର୍କୀରେ ହୋଇଥିବା ଭୟଙ୍କର ଭୂକମ୍ପରେ 24 ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଲୋକମାନଙ୍କ ମନରୁ ଏହି ଘଟଣା ଲିଭି ନଥିବା ବେଳେ ଶନିବାର ଗୁଜୁରାଟରେ ଭୂକମ୍ପ ଅନୁଭୂତ ହୋଇଛି । ଯଦିଓ ଏହାର ତୀବ୍ରତା ଅଧିକ ନଥିଲା, କିନ୍ତୁ ଲୋକଙ୍କ ମନରେ ଆଶଙ୍କା ଦେଖାଦେଇଛି । ଆଶ୍ୱସ୍ତିକର ଖବର ହେଉଛି, ଭୂ କମ୍ପରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ ।
ଇନଷ୍ଟିଚ୍ୟୁଟ୍ ଅଫ୍ ସେସମୋଲୋଜିକାଲ୍ ରିସର୍ଚ୍ଚ (ଆଇଏସଆର) ଅନୁଯାୟୀ ଗୁଜୁରାଟର ସୁରଟ ଜିଲ୍ଲା ତଥା ଏହାର ଆଖପାଖ ଅଞ୍ଚଳରେ ଶନିବାର ଦିନ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ 3.8 ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ସୁରଟର ପ୍ରାୟ 27 କିଲୋମିଟର ପଶ୍ଚିମ ଦକ୍ଷିଣ ପଶ୍ଚିମରେ ଥିଲା । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ କୌଣସି ପ୍ରକାରର କ୍ଷତି ହୋଇନାହିଁ ।












Click it and Unblock the Notifications