ଦିଲ୍ଲୀ ପରେ ଥରିଲା ମଧ୍ୟପ୍ରଦେଶ ଏବଂ ଛତିଶଗଡ, ଭୂକମ୍ପରେ ଭୟଭୀତ ହେଲେ ଲୋକ

earthquake

ମଙ୍ଗଳବାର ରାତିରେ ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହା ପରେ ଶୁକ୍ରବାର ସକାଳେ ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ମଦ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଯଦିଓ ଏହାର ତୀବ୍ରତା ବହୁତ କମ୍ ଥିଲା, ତଥାପି ଲୋକମାନେ ଭୟଭୀତ ହୋଇପଡ଼ିଥିଲେ ।
ଏପର୍ଯ୍ୟନ୍ତ ଏହି ଘଟଣାରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇଥିବାର ସୂଚନା ମିଳି ନାହିଁ । କମ୍ପନ ଅନୁଭବ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ ।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ ମଧ୍ୟପ୍ରଦେଶର ବିଭିନ୍ନ ଜିଲ୍ଲାରେ ସକାଳ 10.39 ରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.0 ଥିଲା । ଗ୍ୱାଲିଅର୍ ଠାରୁ 28 କିଲୋମିଟର ଏବଂ ଭୂମିଠାରୁ 10 କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳ ଥିଲା । ଏଥି ସହ ଛତିଶଗଡର ଅମ୍ବିକାପୁର ସମେତ ଅନେକ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ସୁରଜପୁରର ଭଟଗାଓଁ ଠାରୁ 11 କିଲୋମିଟର ଦୂରରେ ଥିଲା । ଉଭୟ ରାଜ୍ୟରେ କ୍ଷୟକ୍ଷତିର ଖବର ନାହିଁ ।

ନିକଟରେ ବୈଜ୍ଞାନିକ ମାନେ ଭୂମିକମ୍ପ ସଂପର୍କରେ ଚେତାବନୀ ଦେଇଥିଲେ । ଯେଉଁଥିରେ ସେମାନେ କହିଥିଲେ ଯେ ଭୂକମ୍ପ ଦୃଷ୍ଟିରୁ ପଶ୍ଚିମ ହିମାଳୟର ଅଞ୍ଚଳ ଅତ୍ୟନ୍ତ ସମ୍ବେଦନଶୀଳ । ହିନ୍ଦୁ କୁଶ ପର୍ବତଠାରୁ ଅରୁଣାଚଳ ପ୍ରଦେଶର ସୀମା ପର୍ଯ୍ୟନ୍ତ 2500 କିଲୋମିଟର ଅଞ୍ଚଳରେ ଏକ ବଡ଼ ଭୂକମ୍ପ ହୋଇପାରେ । ଯାହାର ତୀବ୍ରତା 8 ରୁ ଅଧିକ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+