ଦିଲ୍ଲୀ-ଏନସିଆର ଏବଂ ଜାମ୍ମୁ କାଶ୍ମୀରରେ ଭୂ କମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା 5.9
ଗୁରୁବାର ଦିନ ପୁଣି ଦିଲ୍ଲୀ-ଏନସିଆର ଏବଂ ଜାମ୍ମୁ-କାଶ୍ମୀରରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.9 ରହିଛି ।
ନୂଆଦିଲ୍ଲୀ: ବର୍ଷ ଆରମ୍ଭରୁ ଜାତୀୟ ରାଜଧାନୀରେ ଭୂ କମ୍ପ ଅନୁଭୂତ ହେବାରେ ଲାଗିଛି । ଗୁରୁବାର ଦିନ ପୁଣି ଦିଲ୍ଲୀ-ଏନସିଆର ଏବଂ ଜାମ୍ମୁ-କାଶ୍ମୀରରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.9 ରହିଛି । ଏହି ଭୂ କମ୍ପର କେନ୍ଦ୍ର ଆଫଗାନିସ୍ତାନରେ ଥିଲା । ବର୍ତ୍ତମାନ ସୁଦ୍ଧା ଏହି କାରଣରୁ କୌଣସି କ୍ଷୟକ୍ଷତି ହୋଇଥିବାର ଖବର ମିଳିନାହିଁ । ସତର୍କତା ଅବଲମ୍ବନ କରି ଅଧିକାରୀମାନେ ଏହାର ଅନୁସନ୍ଧାନ କରୁଛନ୍ତି ।

ଗୁରୁବାର ସନ୍ଧ୍ୟାରେ ଭୂକମ୍ପ ଅନୁଭୂତ ହେବା ମାତ୍ରେ ଲୋକମାନେ ନିଜ ଘରୁ ବାହାରକୁ ଆସିଯାଇଥିଲେ । ବାରମ୍ବାର ଭୂ କମ୍ପ ଅନୁଭୂତ ହେବା ଫଳରେ ଲୋକଙ୍କ ମଧ୍ୟରେ ଆଶଙ୍କା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା, କୌଣସି କ୍ଷୟକ୍ଷତିର ଖବର ନାହିଁ । ଏହା ବ୍ୟତୀତ ସାମ୍ବା, କାଥୁଆ, ଦୋଡା, ଉଦାମପୁର, ଜାମ୍ମୁ, କାଟ୍ରା ଏବଂ ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ରିକ୍ଟର ସ୍କେଲରେ 5.9 ମାପ ବିଶିଷ୍ଟ ଏକ ଭୂକମ୍ପ ଗୁରୁବାର ସନ୍ଧ୍ୟା 7:55 ରେ ଅନୁଭୂତ ହୋଇଛି । ଭୂକମ୍ପ କେନ୍ଦ୍ର ଆଫଗାନିସ୍ତାନର ଫୈଜାବାଦର 79 କିଲୋମିଟର ଦକ୍ଷିଣରେ ଥିଲା ।
ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ 2023 ର ପ୍ରଥମ ଦିନରେ ଅର୍ଥାତ୍ ଜାନୁଆରୀ 1 ରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ସେହି ସମୟ ମଧ୍ୟରେ ତୀବ୍ରତା 4.4 ରହିଥିଲା ।












Click it and Unblock the Notifications